ଶିକ୍ଷକଙ୍କୁ ୯୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ: ଜାଣନ୍ତୁ, କଣ କରିଥିଲେ କାଣ୍ଡ ?
ସୁନ୍ଦରଗଡ: ଜଣେ ଶିକ୍ଷକଙ୍କୁ ୯୦ ବର୍ଷ ଜେଲ୍ ଦଣ୍ଡ । ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସତନ୍ତ୍ର ପୋକ୍ସୋ କୋର୍ଟ ଜଣେ ଅଭିଯୁକ୍ତକୁ ବିଭିନ୍ନ ଅପରାଧରେ ୯୦ ବର୍ଷର ସଜା ଶୁଣାଇଛନ୍ତି । ଲେଫ୍ରିପଡା ଥାନା ରାୟଡିହି ୟୁପି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଦେବେନ୍ଦ୍ର ପଟେଲଙ୍କୁ ଜେଲ ଦଣ୍ଡାଦେଶ ହୋଇଛି ।

ତେବେ ସମାନ ଅପରାଧରେ ସର୍ବାଧିକ ସଜା ୧୦ବର୍ଷ ହୋଇଥିବାରୁ ଅଭିଯୁକ୍ତ ଜଣକ ଏହି ୧୦ ବର୍ଷ ଜେଲ ଦଣ୍ଡ ଭୋଗିବା ସହ ୪୭ ହଜାର ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଅନାଦେୟ ରହିଲେ ଆହୁରି ୬ ମାସର ଜେଲ ଦଣ୍ଡ ଭୋଗିବେ ।
ତେବେ ୨୦୧୫ରେ ରାଇଡିହି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦେବାନନ୍ଦ ପଟେଲ ବିଦ୍ୟାଳୟର ଏକାଧିକ ଛାତ୍ରୀଙ୍କ ସହ ଅସଦାଚରଣ ଏବଂ ଯୌନ ନିର୍ଯାତନା ଅଭିଯୋଗ ଥିଲା । ବିଭିନ୍ନ ଦଫାରେ ଶୁଣାଯାଇଥିବା ଦଣ୍ଡାଦେଶରେ ଏକକାଳୀନ ଭୋଗିବେ । ଏହା ସହିତ ପୀଡ଼ିତା ୧୧ ଜଣ ଛାତ୍ରୀଙ୍କୁ ୨୮ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications