Get Updates
Get notified of breaking news, exclusive insights, and must-see stories!

ବାଘ ଛାଲ ଏବଂ ହରିଣ ଛାଲ ଜବତ; STF କବ୍ଜାରେ ବାଘଛାଲ ବେପାରୀ

ଏସଟିଏଫକୁ ମିଳିଲା ସଫଳତା। ବାଘ ଛାଲ ଚାଲାଣକାରୀ ଗିରଫ । STF କବ୍ଜାରେ ବାଘଛାଲ ବେପାରୀ । ୩ଟି କଲରା ପତରିଆ ବାଘ ଛାଲ ଏବଂ ହରିଣ ଛାଲ ଜବତ । ଜଣେ ବେପାରୀକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF ।

ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା ରାମପୁର ପୋଲିସ ଷ୍ଟେସନ ଅଞ୍ଚଳ ସିରିପାଲି ଛକରେ ସାଧା ପୋଷାକରେ ଚଢାଉ କରିଥିଲା STF । ବାଘ ଓ ହରିଣ ଛାଲ ଜବତ କରିବା ସହ ବେପାରୀ ଖଗେଶ୍ୱର ପୁଟେକୁ ମାଡିବସିଥିଲା । ଖଗେଶ୍ୱରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସମ୍ପୁକ୍ତ ବ୍ୟକ୍ତିଙ୍କ ପାଖରୁ ୩ ଟି କଲରାପତରିଆ ବାଘ ଛାଲ ଓ ୩ ହରିଣ ଛାଲ ଜବତ ହୋଇଛି ।

stf

ଖବର ପାଇ ଡିଲ୍ ବେଳେ ମାଡିବସିଥିଲା ଏସଟିଏଫ୍ । ବ୍ୟକ୍ତିଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ସେହିପରି ଏହି ଘଟଣାରେ ଏସଟିଏଫ୍ ଅଧିକ ଖୋଳତାଡ ଜାରି ରଖିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏତେ ବାଘ ଛାଲ ଆସୁଛି କେଉଁଠୁ ? ରାଣୀପଥର, ସୁଦୃକୁମ୍ପା, ଚକାପାଦ, ଗାଡିଆପଡା ଓ ଆଖପାଖ ଜଙ୍ଗଲରୁ ବାଘକୁ ମାରି ନାହାଁନ୍ତି ତ ଏହି ଶିକାରୀମାନେ ? ନା ଅନ୍ୟ ଅଞ୍ଚଳରୁ ଶିକାର କରି ଆଣି ଏଠାରେ ବିକ୍ରି ଉଦ୍ୟମ କରୁଥିଲେ ତାର ତଦନ୍ତ ନିତାନ୍ତ ଆବଶ୍ୟକ । ଏହାକୁ ରୋକିବା ପାଇଁ ବନ ବିଭାଗ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+