ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ, ଗିରଫ ହେଲେ ପୁରୁଷ ବନ୍ଧୁ
ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ,ଶାସ୍ତ୍ରୀନଗରର ଶୁଭଶ୍ରୀ ହତ୍ୟା ମାମଲା ,ଗିରଫ ହେଲେ ପୁରୁଷ ବନ୍ଧୁ ,
ଭୁବନେଶ୍ୱର: ଶେଷରେ ଶୁଭଶ୍ରୀ ମହାପାତ୍ରଙ୍କ ମୃତ୍ୟୁ ଉପରୁ ହଟିଲା ପରଦା । ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ । ଶୁଭଶ୍ରୀଙ୍କ ଆତ୍ମହତ୍ୟା ପଛରେ ରହିଛି ତାଙ୍କ ପୁରୁଷ ବନ୍ଧୁଙ୍କ ଭୂମିକା । ପ୍ରମାଣ ନଷ୍ଟ କରିବା ପାଇଁ କରିଥିଲେ ଚେଷ୍ଟା । ବରୁଣେଇ ପାହାଡ଼ ବାଇପାସରେ ଲୁଚାଇଥିଲେ ଶୁଭଶ୍ରୀଙ୍କ ଓଢଣୀ ଯାହାକୁ ଆଜି ପୋଲିସ ଜବତ କରିଛି । ୩୦ତାରିଖ ରେ ଶୁଭଶ୍ରୀ ଓ ତାଙ୍କ ବୟଫ୍ରେଣ୍ତଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ନିଜ ପୁରୁଷ ବନ୍ଧୁ ଚିତ୍ତକୁ ମଙ୍ଗଳବାର ସନ୍ଧ୍ୟା ସାଢେ ୬ଟାରୁ ୬ଟା ୪୯ ମଧ୍ୟରେ ୭ ଥର କଲ୍ କରିଥିଲେ ଶୁଭଶ୍ରୀ । ୨୭ ସେକେଣ୍ତ କଥା ହେବା ପରେ ଆତ୍ମହତ୍ୟାର ନିଷ୍ପତ୍ତି ନେଇଥିଲେ ଶୁଭଶ୍ରୀ । ଶେଷରେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ । କିଛି ସମୟ ପରେ ଶୁଭଶ୍ରୀଙ୍କ ଘରକୁ ଆସିଥିଲେ ଚିତ୍ତ ରଞ୍ଜନ । ଶୁଭଶ୍ରୀଙ୍କୁ ଏପରି ସ୍ଥିତିରେ ଦେଖି ଭୟବିତ ହୋଇଯାଇଥିଲେ ଚିତ୍ ଯାହା ପରେ ସେ ଶୁଭଶ୍ରୀଙ୍କ ମୃତ ଦେହକୁ ଫ୍ୟାନରୁ ଓହ୍ଲାଇ ବେଡ୍ ଉପରେ ରଖି ମୁହଁରେ ପାଣି ଛିଞ୍ଚିଥିଲେ । ହେଲେ ସେତେବେଳକୁ ଶୁଭଶ୍ରୀଙ୍କର ମୃତ୍ୟୁ ହୋଇସାରିଥିଲା । ଶୁଭଶ୍ରୀଙ୍କ ଓଢଣୀକୁ ସାଥିରେ ନେଇ ସେହି ସ୍ଥାନରୁ ତୁରନ୍ତ ପଳାଇଥିଲେ ଚିତ । ଓଢଣୀକୁ ବରୁଣେଇ ବାଇପାସର ଏକ ଡ୍ରେନରେ ପକାଇଦେଇଥିଲେ ଚିତ । ଆଜି ଅଭିଯୁକ୍ତକୁ ସାଙ୍ଗରେ ନେଇ ବରୁଣେଇ ପାହାଡ଼ ବାଇପାସରୁ ଏକ ଜରିରେ ଦିଆସିଲି ଖୋଳ ସହ ଓଢ଼ଣୀ ଜବତ କରିଛି ପୋଲିସ ।
ଅଭିଯୁକ୍ତ ଚିତରଞ୍ଜନଙ୍କ ବିରୋଧରେ ଆପିଏସ ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଓ ଦଫା ୩୦୧ ପ୍ରମାଣ ନଷ୍ଟ କରିବା ଭଳି ମାମଲା ରୁଜୁ କରାଯାଇଛି । ଯାହା ପରେ ଆଜି ଚିତ୍ତଙ୍କୁ ଗିରଫ କରାଯାଇଛି । ତେବେ ଶୁଭଶ୍ରୀ ଓ ତିତ୍ତ ଉଭୟ ନୟାଗଡ଼ ଅଞ୍ଚଳର । ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ଥିଲା ଏପରିକି ବିବାହ ପରେ ମଧ୍ୟ ଉଭୟ ସମ୍ପର୍କରେ ଥିଲେ । ସେପଟେ ଉଭୟଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ ସ୍ୱାମୀ ଯେଉଁଥି ପାଇଁ ଘରେ ଅସାନ୍ତି ମଧ୍ୟ ଲାଗି ରହୁଥିଲା । ଆଜି ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ ହୋଇଛି ।












Click it and Unblock the Notifications