For Quick Alerts
Turn On Notification  
For Daily Alerts
Oneindia App Download

ନୟାଗଡ଼ ପିଡବ୍ଲ୍ୟୁଡ଼ି ଲେନରେ ଏସଟିଏଫ ଚଢ଼ାଉ: ୪ କୋଟିର ବ୍ରାଉନସୁଗର, ୬୫ ଲକ୍ଷ ଟଙ୍କା ଜବତ

ଗତକାଲି ନୟାଗଡ ପିଡବ୍ଲୁଡି ଲେନରେ ଏସଟିଏଫ୍‌ର ଏକ ଟିମ୍‌ ଚଢ଼ାଉ କରି ପ୍ରାୟ ୩ କେଜିରୁ ଅଧିକ ବ୍ରାଉନସୁଗର ସହ ନଗଦ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଜବତ ବ୍ରାଉନସୁଗରର ଅନୁମାନିକ ମୂଲ୍ୟ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ।

|

ଭୁବନେଶ୍ୱର: ଗତକାଲି ନୟାଗଡ ପିଡବ୍ଲୁଡି ଲେନରେ ଏସଟିଏଫ୍‌ର ଏକ ଟିମ୍‌ ଚଢ଼ାଉ କରି ପ୍ରାୟ ୩ କେଜିରୁ ଅଧିକ ବ୍ରାଉନସୁଗର ସହ ନଗଦ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଜବତ ବ୍ରାଉନସୁଗରର ଅନୁମାନିକ ମୂଲ୍ୟ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ।

STF raid

ଏହି ଘଟଣାରେ କେ. ଭିକି ରାଓ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ଦାସ ଫେରାର ଅଛି । ୩ କେଜି ୧୦୦ ଗ୍ରାମର ବ୍ରାଉନସୁଗାର, ୩ଟି ୭ ଏମ୍ଏମ୍ ପିସ୍ତଲ, ୪୩ଟି ଅଫୁଟା ଗୁଳି, ନଗଦ ୬୫ ଲକ୍ଷ ଟଙ୍କା, ଟଙ୍କା ଗଣିବା ମେସିନ୍, ୩ଟି ମୋବାଇଲ, ଗୋଟିଏ ଟ୍ୟାବ, ଆଧାରକାର୍ଡ଼, ଏଟିଏମ କାର୍ଡ଼, ପ୍ୟାନ କାର୍ଡ଼ ଜବତ ହୋଇଛି । ଏହି ଗ୍ୟାଙ୍ଗରେ ପ୍ରାୟ ୭ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଖୁବ୍‌ଶୀଘ୍ର ସେମାନଙ୍କୁ ଖୋଜି ବାହର କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ADG ।

ନୟାଗଡ ସହର ପିଡବ୍ଲ୍ୟୁଡି ଲେନରେ ଭଡାରେ ରହୁଥିବା ଜଣେ ଯୁବକଙ୍କ ଘରୁ ଏସବୁ ଜବତ କରିଛି ଏସଟିଏଫ । ଏହା ସହ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଂଚ ଏଡିଜି କହିଛନ୍ତି ଯେ ରାଜ୍ୟରେ ନିଶା କାରବାରର ମୂଳୋତ୍ପାଟନ ପାଇଁ ୨୦୨୦ରୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଗତ ୨ବର୍ଷ ଭିତରେ ୪୭ କେଜି ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଏ ଅବଧି ଭିତରେ ନିଶା କାରବାରରେ ସଂପୃକ୍ତ ୧୨୨ଜଣଙ୍କୁ ଗିରଫ କଲାଣି ଏସଟିଏଫ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
STF raid on Nayagarh PWD lane
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X