ନୟାଗଡ଼ ପିଡବ୍ଲ୍ୟୁଡ଼ି ଲେନରେ ଏସଟିଏଫ ଚଢ଼ାଉ: ୪ କୋଟିର ବ୍ରାଉନସୁଗର, ୬୫ ଲକ୍ଷ ଟଙ୍କା ଜବତ
ଗତକାଲି ନୟାଗଡ ପିଡବ୍ଲୁଡି ଲେନରେ ଏସଟିଏଫ୍ର ଏକ ଟିମ୍ ଚଢ଼ାଉ କରି ପ୍ରାୟ ୩ କେଜିରୁ ଅଧିକ ବ୍ରାଉନସୁଗର ସହ ନଗଦ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଜବତ ବ୍ରାଉନସୁଗରର ଅନୁମାନିକ ମୂଲ୍ୟ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ।
ଭୁବନେଶ୍ୱର: ଗତକାଲି ନୟାଗଡ ପିଡବ୍ଲୁଡି ଲେନରେ ଏସଟିଏଫ୍ର ଏକ ଟିମ୍ ଚଢ଼ାଉ କରି ପ୍ରାୟ ୩ କେଜିରୁ ଅଧିକ ବ୍ରାଉନସୁଗର ସହ ନଗଦ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଜବତ ବ୍ରାଉନସୁଗରର ଅନୁମାନିକ ମୂଲ୍ୟ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ।

ଏହି ଘଟଣାରେ କେ. ଭିକି ରାଓ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ଦାସ ଫେରାର ଅଛି । ୩ କେଜି ୧୦୦ ଗ୍ରାମର ବ୍ରାଉନସୁଗାର, ୩ଟି ୭ ଏମ୍ଏମ୍ ପିସ୍ତଲ, ୪୩ଟି ଅଫୁଟା ଗୁଳି, ନଗଦ ୬୫ ଲକ୍ଷ ଟଙ୍କା, ଟଙ୍କା ଗଣିବା ମେସିନ୍, ୩ଟି ମୋବାଇଲ, ଗୋଟିଏ ଟ୍ୟାବ, ଆଧାରକାର୍ଡ଼, ଏଟିଏମ କାର୍ଡ଼, ପ୍ୟାନ କାର୍ଡ଼ ଜବତ ହୋଇଛି । ଏହି ଗ୍ୟାଙ୍ଗରେ ପ୍ରାୟ ୭ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଖୁବ୍ଶୀଘ୍ର ସେମାନଙ୍କୁ ଖୋଜି ବାହର କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ADG ।
ନୟାଗଡ ସହର ପିଡବ୍ଲ୍ୟୁଡି ଲେନରେ ଭଡାରେ ରହୁଥିବା ଜଣେ ଯୁବକଙ୍କ ଘରୁ ଏସବୁ ଜବତ କରିଛି ଏସଟିଏଫ । ଏହା ସହ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଂଚ ଏଡିଜି କହିଛନ୍ତି ଯେ ରାଜ୍ୟରେ ନିଶା କାରବାରର ମୂଳୋତ୍ପାଟନ ପାଇଁ ୨୦୨୦ରୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଗତ ୨ବର୍ଷ ଭିତରେ ୪୭ କେଜି ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଏ ଅବଧି ଭିତରେ ନିଶା କାରବାରରେ ସଂପୃକ୍ତ ୧୨୨ଜଣଙ୍କୁ ଗିରଫ କଲାଣି ଏସଟିଏଫ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications