ପୁଅର ତଣ୍ଟିକାଟି ସାବତ ମା'ର ଆତ୍ମହତ୍ୟା ଘଟଣା: ଗିରଫ ସ୍ୱାମୀକୁ ଆଜି କରାଯିବ କୋର୍ଟ ଚାଲାଣ

କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ପୁଅର ତଣ୍ଟିକାଟି ସାବତ ମା'ର ଆତ୍ମହତ୍ୟା ଘଟଣା । ମୃତ ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି ପୋଲିସ । ଆଜି ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ।

କଟକ: କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ପୁଅର ତଣ୍ଟିକାଟି ସାବତ ମା'ର ଆତ୍ମହତ୍ୟା ଘଟଣା । ମୃତ ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି ପୋଲିସ । ଆଜି ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି । ଗତକାଲି ଶ୍ରୀରାମନଗରରେ ଥିବା ଭଡା ଘରୁ ୨ ମାଆ-ପୁଅଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ଶିଳ୍ପୀଙ୍କ ପରିବାରର ଅଭିଯୋଗ ପରେ ସ୍ୱାମୀ ସନ୍ତୋଷଙ୍କୁ ଗିରଫ କରାଯାଇଥିଲା ।

Cuttack. Suicide
ପୁଅର ତଣ୍ଟିକାଟି ସାବତ ମା'ର ଆତ୍ମହତ୍ୟା ଘଟଣା
ଗତକାଲି ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ପୁଅର ତଣ୍ଟିକାଟି ସାବତ ମା'ର ଆତ୍ମହତ୍ୟା ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଶିଳ୍ପୀ ନିଜର ୨ ବର୍ଷର ପୁଅର ତଣ୍ଟିକାଟି ପ୍ରଥମେ ହତ୍ୟା କରିଥିଲେ ପରେ ନିଜେ ଆତ୍ମହତ୍ୟା କରିଥିଲେ । ତେବେ ଶିଳ୍ପୀ ଖୁଣ୍ଟିଆଙ୍କୁ ଶାଶୂ ଘର ଲୋକେ ଏବଂ ସ୍ୱାମୀ ନିର୍ଯ୍ୟାତନା ଦେଉଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସନ୍ଦେହ କରାଯାଉଛି । ତାଙ୍କୁ ବାରମ୍ବାର ଖରାପ ଭାଷାରେ ଗାଣିଗୁଲଜ କରୁଥିଲେ । ସାବତ ପୁଅ ହେଲେ ମଧ୍ୟ ସେ ପିଲାଟିକୁ ନିଜ ଛୁଆ ପରି ଭଲ ପାଉଥିଲେ । ଏପରିକି ତାକୁ ଛଡାଇ ନେବେ ବୋଲି ଶାଶୂ ଘର ଲୋକେ ଧମକ ଦେଉଥିଲେ । ମାନସିକ ଚିନ୍ତାରେ ଭାଙ୍ଗି ପଡିଥିଲେ ଶିଳ୍ପୀ ଏବଂ ଶେଷରେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ ତାଙ୍କ ବାପା, ମା ।

ଶିଳ୍ପୀଙ୍କ ଘର କଟକ ନେତାଜୀ ନଗର
ସୂଚନା ଅନୁସାରେ ଶିଳ୍ପୀଙ୍କ ଘର କଟକ ନେତାଜୀ ନଗରରେ ଏବଂ ସେ ସାଲେପୁର ଥାନା ମୁର୍କୁଣ୍ତି ଗ୍ରାମର ସନ୍ତୋଷଙ୍କୁ ବିବାହ କରିଥିଲେ । ଉଭୟ ସନ୍ତୋଷ ଏବଂ ଶିଳ୍ପୀଙ୍କର ଥିଲା ଏହା ଦ୍ୱିତୀୟ ବିବାହ । ସନ୍ତୋଷଙ୍କର ପ୍ରଥମ ପତ୍ନୀଙ୍କର ମୃତ୍ୟୁ ପରେ ସେ ଶିଳ୍ପୀଙ୍କୁ ବିବାହ କରିଥିଲେ । ସନ୍ତୋଷଙ୍କର ପ୍ରଥମ ପତ୍ନୀଙ୍କର ୨ ବର୍ଷୀୟ ପୁଅକୁ ବେଶ୍ ଭଲ ପାଉଥିଲେ ଶିଳ୍ପୀ । ହେଲେ ଶାଶୂଘର ସହ କିଛି ଖାଲ୍ ଭଲ ସମ୍ପର୍କ ନଥିଲା ତାଙ୍କର । ଏହା ମଧ୍ୟ କୁହାଯାଉଛି ଯେ ଶାଶୂଘର ଯିବା ପାଇଁ ଅରାଜି ହେଉଥିଲେ ଶିଳ୍ପୀ ଯେଉଁଥି ପାଇଁ ସ୍ୱାମୀଙ୍କ ସହ ତାଙ୍କର ଅନେକ ସମୟରେ ଝଗଡ଼ା ଲାଗି ରହୁଥିଲା ।

ବଡ଼ ଭଉଣୀଙ୍କୁ ଶିଳ୍ପୀଙ୍କ ଶେଷ ମେସେଜ୍
ଆତ୍ମହତ୍ୟାର ନିଷ୍ପତ୍ତି ନେବା ପରେ ନିଜ ବଡ଼ ଭଉଣୀଙ୍କୁ ଶେଷ ଥର ପାଇଁ ମେସେଜ୍ କରିଥିଲେ ଶିଳ୍ପୀ । ଯେଉଁଥିରେ ସେ ଲେଖିଥିଲେ, ମୋତେ କ୍ଷମା କରିବୁ ଦଦି, ମା-ବାପା ତତେ ଲାଗିଲେ । ମୁଁ ଆଉ ପୁଅ ଯେଉଁଠି ରହିବୁ ଏକାଠି ରହିବୁ । ମୁଁ ଆଉ ସହି ପାରୁନାହିଁ । ସବୁବେଳେ ମାଡଗାଳି, ଝଗଡ଼ା, ବ୍ଲାକମେଲିଂ ସହ ମୋତେ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ମୋ ପାଖରେ ଆଉ କିଛି ରାସ୍ତା ନାହିଁ । ସେହିପରି ମୃତ୍ୟୁ ପୂର୍ବରୁ ଶିଳ୍ପୀଙ୍କର ଶେଷ ଫେସବୁକ୍ ପୋଷ୍ଟ ମଧ୍ୟ ତାଙ୍କ ମାନସିକ ସ୍ଥିତି ବଖାଣୁଛି ଯେଉଁଥିଲେ ଲେଖାଯାଇଛି 'ଆଇ କ୍ୱିଟ୍' ।

ମିଳିଥିବା ସୂଚନା ଅନୁସାରରେ, ୨ ଦିନ ପୂର୍ବେ ଉଭୟପତି ପତ୍ନୀଙ୍କ ମଧ୍ୟରେ ସାଂଘାତିକ ଝଗଡ଼ା ହୋଇଥିଲା। ଝଗଡ଼ା ପରେ ଗତକାଲି ସକାଳେ ଶିଳ୍ପୀ ଆଉ ତାଙ୍କ ରୁମ ଖୋଲି ନଥିଲେ । ସନ୍ଦେହ ହେବାରୁ ସନ୍ତୋଷ ସାହି ପଡିଶାଙ୍କୁ ଡକାଇ ରୁମ ଖୋଲିଥିଲେ । ଆଉ ସେତେବେଳକୁ ସବୁକିଛି ସରିଯାଇଥିଲା । ଶିଳ୍ପୀ ଫ୍ୟାନରେ ଝୁଲୁଥିବା ବେଳେ ଖଟ ଉପରେ ଶିଶୁପୁତ୍ରର ରକ୍ତାକ୍ତ ମୃତଦେହ ପଡିଥିଲା । ଏନେଇ ମଧୁପଟଣା ପୁଲିସକୁ ଖବର ଦେବାପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+