ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା
Crime News: ରାଜସ୍ଥାନର ରାଜଧାନୀ ଜୟପୁରରେ ମଙ୍ଗଳବାର ଦିନ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ନେତା ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁଖଦେବ ସିଂ ଗୋଗାମେଡି ରାଜପୁତ କର୍ନି ସେନାର ରାଜ୍ୟ ସଭାପତି ଥିଲେ।
ସୂଚନା ଅନୁସାରେ କିଛି ଅଜଣା ବ୍ୟକ୍ତି ଶ୍ୟାମନଗର ଅଞ୍ଚଳରେ ଥିବା ତଙ୍କ ବାସଭବନରେ ପଶି ତାଙ୍କୁ ଗୁଳିକରିଥିଲେ । ଗୁଳି ମାଡେ ସୁଖଦେବ ସିଂ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜୟପୁରର ମାନସରୋବର ମେଟ୍ରୋ ମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଜୟପୁର ପୋଲିସର ସୂଚନାନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ 1.30 ସମୟରେ ଦୁଇଜଣ ଅଜଣା ବ୍ୟକ୍ତି ସୁଖଦେବ ସିଂ ଗୋଗାମାଡିଙ୍କ ଶ୍ୟାମନଗର ସ୍ଥିତ ଘରେ ପଶି ଗୁ଼ଳି ଚଳାଇା ଆରମ୍ଭ କରିଥିଲେ । ଚାରିଟି ଗୁଳିରେ ସୁଖଦେବ ସିଂ ଗୋଗାମେଡି ଆହତ ହୋଇ ତଳେ ପଡିଯାଇଥିଲେ । ତେବେ ଗୁଳି କେଉଁଠାରେ ବାଜିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ଏବଂ କେଉଁ କାରଣରୁ ତାଙ୍କ ଉପରେ ଏପରି ଆକ୍ରମଣ ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ ।
ସୁଖଦେବ ସିଂ ଗୋଗାମେଡି ଶ୍ରୀ ରାଷ୍ଟ୍ରିୟ ରାଜପୁତ କରଣୀ ସେନାର ଜାତୀୟ ସଭାପତି ଥିଲେ । 2017 ମସିହାରେ ପଦ୍ମାବତ ଚଳଚ୍ଚିତ୍ରର ସୁଟିଂ ସମୟରେ ରାଜପୁତ କନଣୀ ସେନାର ଲୋକମାନେ ଭଙ୍ଗାରୁଜା କରିଥିଲେ। ଯାହା ପରେ ସୁଖଦେବ ସିଂ ଗୋଗାମେଡିଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା ।
ସୂଚନାଥାଉ ଯେ, ସୁଖଦେବ ସିଂ ଦୀର୍ଘଦିନ ହେବ କରଣୀ ସେନାରେ ଥିଲେ ହେଲେ ବିବାଦ ପରେ ସେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ନାମକ ଏକ ଭିନ୍ନ ସଂଗଠନ ଗଠନ କରିଥିଲେ ଏବଂ ସେ ନିଜେ ଏହାକୁ ଅଧ୍ୟକ୍ଷ କରିଥିଲେ । ବର୍ତ୍ତମାନ ସୁଖଦେବ ସିଂଙ୍କ ଉପେର ଗୁଳିମାଡ଼ ପରେ ପୁରା ରାଜସ୍ଥାନରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜୟପୁର ସହରରେ ବର୍ତ୍ତମାନ ହାଇଆର୍ଲଟ ଜାରି କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଦୀର୍ଘ ଦିନ ହେବ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସରକାରଙ୍କ ଠାରୁ ସୁରକ୍ଷା ଦାବି କିର ଆସୁଥିଲେ ।












Click it and Unblock the Notifications