ଷ୍ଟେନ୍ସ ହତ୍ୟାକାଣ୍ଡ: ୨୫ ବର୍ଷ ପରେ ଜେଲରୁ ମୁକୁଳିଲେ ଦାରା ସିଂ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମ
1999 ମସିହା ବହୁଚର୍ଚ୍ଚିତ ଅଷ୍ଟ୍ରେଲିଆନ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ହତ୍ୟା ଘଟଣା । ଜେଲରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଦୋଷୀ ସାବ୍ୟସ୍ତ ମହେନ୍ଦ୍ର ହେମ୍ବ୍ରମ ଜେଲରୁ ମୁକୁଳିଛି । ଦୀର୍ଘ 25 ବର୍ଷ ପରେ କେନ୍ଦୁଝର ଜେଲରୁ ତାକୁ ମୁକ୍ତ କରାଯାଇଛି । ଜେଲରେ ଭଲ ଆଚରଣ ଆଧାରରେ ୫୦ ବର୍ଷୀୟ ମହେନ୍ଦ୍ର ହେମ୍ବ୍ରମ ଜେଲରୁ ମୁକୁଳିଛନ୍ତି ।

ଭଲ ଆଚରଣ ପାଇଁ ଜେଲକୁ ମୁକ୍ତ ହେଲେ ମହେନ୍ଦ୍ର ହେମ୍ବ୍ରମ:
କେନ୍ଦୁଝର ଜିଲ୍ଲା କାରାଗାର ଜେଲର ମନସ୍ୱିନୀ ନାୟକ କହିଛନ୍ତି, "ଷ୍ଟେଟ୍ ସେଣ୍ଟେନସ୍ ରିଭ୍ୟୁ ବୋର୍ଡର ନିଷ୍ପତ୍ତି ପରେ ହେମ୍ବ୍ରମଙ୍କୁ ଜେଲରୁ ମୁକ୍ତ କରାଯାଇଛି । ଜେଲ ନିର୍ଦ୍ଦେଶାଳୟ ମଙ୍ଗଳବାର ଏକ ଚିଠିରେ ଏହି ସୂଚନା ଦେଇଛନ୍ତି । ନିୟମ ଅନୁଯାୟୀ ସେ ଭଲ ଆଚରଣ କରିବା ହେତୁ ତାଙ୍କୁ 25 ବର୍ଷ ପରେ ମୁକ୍ତ କରାଯାଇଛି ।" ଜଣେ ଅଧିକାରୀ କହିଛନ୍ତି ଯେ, "ହେମ୍ବ୍ରମଙ୍କୁ ଏକ ବ୍ୟାଙ୍କ ପାସବୁକ ଦିଆଯାଇଛି । ଜେଲରେ କାମ କରି ଯେଉଁ ପାରିଶ୍ରମିକ ପାଇଥିଲେ ତାହା ସେଥିରେ ଜମା କରାଯାଇଥିଲା ।"
ମହେନ୍ଦ୍ର ହେମ୍ବ୍ରମ ଜେଲରୁ ବାହାରି କହିଛନ୍ତି ଯେ, "1999 ମସିହା ଜାନୁଆରୀ ୨୧-୨୨ ତାରିଖରେ ଧର୍ମ ପରିବର୍ତ୍ତନ ସହ ଜଡିତ ଏକ ମାମଲାରେ ମିଥ୍ୟା ଅଭିଯୋଗରେ ମୋତେ ଫଶାଇ ଦିଆଯାଇଥିବାରୁ, ମୁଁ ୨୫ ବର୍ଷ ଜେଲରେ ବିତାଇଥିଲି । ଆଜି ମୋତେ ମୁକ୍ତ କରାଯାଇଛି । ଧର୍ମାନ୍ତୀକରଣ ଏବଂ ଗୋହତ୍ୟାକୁ ମୁଁ ସମ୍ପୂର୍ଣ୍ଣ ବିରୋଧ କରୁଥିଲି । ବାକି ଜୀବନ ମୁଁ କେମିତି କାଟିବି ତାହା ମୁଁ ଚିନ୍ତା କରିବି । ''
କଣ ଥିଲା ଘଟଣା ?
ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ଶିଶୁ ପୁତ୍ର - ଫିଲିପ୍ (10) ଏବଂ ଟିମୋଥି(6) ଙ୍କୁ ହତ୍ୟା ଘଟଣାରେ ହେମ୍ବ୍ରମ ଏବଂ ଦାରା ସିଂ (ରବୀନ୍ଦ୍ର ପାଲ ସିଂ) ଦୋଷୀ ସାବ୍ୟସ୍ତ ହୋଇଥିଲେ । 1999 ଜାନୁୟାରୀ 21 ରାତିରେ କେନ୍ଦୁଝର ଜିଲ୍ଲାର ମନୋହରପୁର ଗାଁର ଏକ ଧର୍ମପୀଠ ସମ୍ମୁଖରେ ପାର୍କିଂ ହୋଇଥିବା ଏକ ଷ୍ଟେସନ ୱାଗନରେ ଷ୍ଟେନ୍ସ ଏବଂ ତାଙ୍କ ୨ ପୁତ୍ର ଶୋଇଥିଲେ । ଏହି ସମୟରେ ଦାରା ସିଂଙ୍କ ନେତୃତ୍ୱରେ ଉତ୍ତେଜିତ ଜନତା ଏହି ତିନି ଜଣଙ୍କୁ ନିଆଁ ଲଗାଇ ପୋଡି ଦେଇଥିଲେ । ଏହି ଘଟଣାକୁ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହୋଇଥିଲା ।
ଅଭିଯୋଗ ହୋଇଥିଲା କି, ଶୀତରୁ ରକ୍ଷା ପାଇବା ପାଇଁ ଷ୍ଟେନ୍ସ ଗାଡି ଉପରେ ଧାନ ନଡା (Straw) ବିଛାଇଥିଲେ । ସେଥିରେ ନିଆଁ ଲାଗିଯାଇଥିଲା । ଯେତେବେଳେ ସେମାନେ ବଞ୍ଚିବା ପାଇଁ ସେଠାରୁ ବାହାରିବାକୁ ଚେଷ୍ଟା କରିଥିଲେ, ଉତ୍ତେଜିତ ଜନତା ସେମାନଙ୍କୁ ବାହାରକୁ ଆସିବାକୁ ଦେଇନଥିଲେ । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications