ଚଳନ୍ତା ଟ୍ରେନରେ ଛୁରାମାଡ଼, ଜଣେ ଯାତ୍ରୀଙ୍କୁ ଛୁରି ମାରିଲେ ଅନ୍ୟ ଜଣେ ଯାତ୍ରୀ
ଚେନ୍ନାଇ-ହାୱଡା ମେଲ ଟ୍ରେନ ଛୁରାମାଡ଼ । ଦୁଇ ଯାତ୍ରୀଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ହେବା ପରେ ତାହା ହତ୍ୟାର ରୂପ ନେଇଛି । ଜଣେ ଯାତ୍ରୀଙ୍କ ଛୁରାମାଡ଼ରେ ଅନ୍ୟ ଜଣେ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି ।
ଗଞ୍ଜାମ: ଚେନ୍ନାଇ-ହାୱଡା ମେଲ ଟ୍ରେନ ଛୁରାମାଡ଼ । ଦୁଇ ଯାତ୍ରୀଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ହେବା ପରେ ତାହା ହତ୍ୟାର ରୂପ ନେଇଛି । ଜଣେ ଯାତ୍ରୀଙ୍କ ଛୁରାମାଡ଼ରେ ଅନ୍ୟ ଜଣେ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନ୍ୟଜଣେ ଗୁରୁତର ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ମୃତକ ଜଣକ ହେଲେ ପ୍ରଶ୍ନନଜିତ ଗରାଇ । ଗଞ୍ଜାମ ଛତ୍ରପୁର ଷ୍ଟେସନ ମଝିରେ ଯାତ୍ରୀମାନେ ଟ୍ରେନ ଚେନ ପୁଲିଂ କରିବା ପରେ ଆରପିଏଫ ପୋଲିସ ଗୁରୁତର ଅବସ୍ଥାରେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେ ମୃତ୍ୟୁବରଣ କରିଥିବା ଡାକ୍ତର ସୂଚନା ଦେଇଥିଲେ । ଅଭିଯୁକ୍ତ ରାଜୀବ ଗରାଇଙ୍କୁ ଗଞ୍ଜାମ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ମୃତକଙ୍କ ଘର ପଶ୍ଚିମବଙ୍ଗର ବାହାଦୁରପୁର ବୋଲି ଜଣାପଡିଛି ।
ସ୍ୱାମୀ ସ୍ତ୍ରୀ ଓ ତାଙ୍କର ସମ୍ପର୍କୀୟ ମିଶି ଦୁଇ ପରିବାର ଚେନ୍ନାଇ ଠାରୁ ହାଓ୍ବାଡା ଅଭିମୁଖେ ଆସୁଥିଲାବେଳେ ଦୁଇ ଯାତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ଉଗ୍ର ହୋଇ ଜଣେ ସମ୍ପର୍କୀୟ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଛୁରି ଭୁଷି ଦେଇଥିଲେ ।












Click it and Unblock the Notifications