Get Updates
Get notified of breaking news, exclusive insights, and must-see stories!

ମୋବାଇଲ୍ ଚାର୍ଜରରେ ସ୍ପାଏ କ୍ୟାମେରା, ମହିଳା ବନ୍ଧୁଙ୍କୁ ବ୍ଲାକମେଲ କରି ଥାନାରେ ଯୁବକ

ମହିଳା ବନ୍ଧୁଙ୍କୁ ବ୍ଲକମେଲ କରି ପୋଲିସ ହାତରେ ଯୁବକ। ବେଙ୍ଗାଲୁରୁ ଆସିଛି ଏଭଳି ଏକ ଘଟଣା। ଏମ୍ ମହେଶ ନାମକ ଏହି ଯୁବକ ମହୀଶୂର ଅଞ୍ଚଳର ବୋଲି ଜଣା ପଡ଼ିଛି। ନି

ବେଙ୍ଗାଲୁରୁ: ମହିଳା ବନ୍ଧୁଙ୍କୁ ବ୍ଲାକମେଲ କରି ପୋଲିସ ହାତରେ ଯୁବକ। ବେଙ୍ଗାଲୁରୁ ଆସିଛି ଏଭଳି ଏକ ଘଟଣା। ଏମ୍ ମହେଶ ନାମକ ଏହି ଯୁବକ ମହୀଶୂର ଅଞ୍ଚଳର ବୋଲି ଜଣା ପଡ଼ିଛି। ନିକଟରେ ମହେଶ ତାଙ୍କର ଜଣେ ମହିଳା ବନ୍ଧୁଙ୍କ ଘରକୁ ବୁଲି ଯାଇ ଥିଲେ। ଆଉ ସେଠାରେ ଦୁଇ ଦିନ ରହିଥିଲେ।

spy charger

ମହେଶ ସାଥିରେ ଏକ ମୋବାଇଲ ଚାର୍ଜର ନେଇଥିଲେ , ଯେଉଁଥିରେ ସ୍ପାଇ କ୍ୟାମେରା ରହିଥିଲା। ଫଳରେ ମହିଳାଙ୍କ ବେଡ଼ରୁମରେ ଏହି ଚର୍ଜର ଲଗେଇ ଥିଲେ ଯୁବକ ଜଣଙ୍କ । ଫଳରେ ମହିଳା କପଡା ବଦଳେଇବା ଠାରୁ ଆରମ୍ଭ କରି ସମସ୍ତ ପ୍ରାଇଭେଟ୍ ଜିନିଷ ଏଥିରେ ରେକର୍ଡ ହୋଇଥିଲା।

ମହେଶ ବନ୍ଧୁଙ୍କ ଘରୁ ଯିବା ପରେ ଅନ୍ୟ ଏକ ସୋସିଆଲ ମିଡ଼ିଆ ଆକାଉଣ୍ଟ ରୁ ମହିଳାଙ୍କୁ ବ୍ଲାକମେଲ କରି ଶାରୀରିକ ସଂପର୍କ ପାଇଁ ବଧ୍ୟ କରୁଥିଲେ। କିନ୍ତୁ ପ୍ରଥମେ ଏହାକୁ ପ୍ରାଙ୍କ ଭାବି ଅଣଦେଖା କରିଥଲେ ମହିଳା ଜଣଙ୍କ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ବେଡ଼ରୁମ ର କିଛି କ୍ଲିପ ସେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏହାପରେ ମହିଳା ପୋଲିସର ଦ୍ବାରସ୍ଥ ହୋଇ ଯୁବକ ଙ୍କ ନାମରେ ଅଭିଯୋଗ କରିଥିଲେ। ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ କରି ଅଭିଯୁକ୍ତ କୁ କାବୁ କରିଥିଲେ। ଏଥିସହ ପୋଲିସ ସ୍ପାଏ କ୍ୟାମେରା, ମୋବାଇଲ୍ ଫୋନ୍, ପେନ୍ ଡ୍ରାଇଭ୍ ଆଦି ଜବତ କରିଛି।

ମହେଶ ଏକ ଇ କମର୍ସ ସାଇଟ୍ ରୁ ଏହି କ୍ୟାମେରା କିଣିଥିବା ସ୍ବୀକାର କରିଛି। ମହେଶ ଏହି ସ୍ପାଏ କ୍ୟାମେରା ବ୍ୟବହାର କରି କେବଳ ଏହି ମହିଳା କି ଅନ୍ୟ ମାନଙ୍କୁ ଏପରି ବ୍ଲାକ ମେଲ କରିଥାଇ ପାରେ ବୋଲି ପୋଲିସ୍ ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+