ବାପାକୁ ହତ୍ୟା କରି ସାବତ ମାଆକୁ ଦୁଷ୍କର୍ମ କଲା ପୁଅ
ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସାବତ ମାଆ ସହିତ ଦୁଷ୍କର୍ମ କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଟମକା ଥାନା ଚମ୍ପାଝର ଗାଁରେ ।

ଯାଜପୁର: ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସାବତ ମାଆ ସହିତ ଦୁଷ୍କର୍ମ କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଟମକା ଥାନା ଚମ୍ପାଝର ଗାଁରେ । ଯୁବକ ଜଣଙ୍କ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସାବତ ମା'କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଖବର ମୁତାବକ, ଚମ୍ପାଝର ଗାଁର ସଧାୟ ହେମ୍ବ୍ରମ (୫୫) ଦ୍ବିତୀୟ ବିବାହ କରିଛନ୍ତି । ତେବେ ପ୍ରଥମ ସ୍ତ୍ରୀଙ୍କ ଏକମାତ୍ର ପୁଅ ଲୁଗୁ ହେମ୍ବ୍ରମ (୨୮) ତାର ସ୍ତ୍ରୀ ଓ ଛୁଆ ପିଲାଙ୍କୁ ଧରି ଅଲଗା ସ୍ଥାନରେ ଘର ଭଡା ନେଇ ରହୁଥିଲା । ବାପା ସଦାୟ ପୁଅ ଲୁଗୁ ର ପରିବାରକୁ ଘରେ ସ୍ଥାନ ଦେଉ ନଥିବାରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହୁଥିଲା ।
ତେବେ ଗତକାଲି ରାତିରେ ଚମ୍ପାଝର ଗାଁରେ ଭୋଜି ହୋଇଥିଲା। ଭୋଜି ଖାଇ ସାଧାଇ ଓ ତାଙ୍କ ପତ୍ନୀ ପ୍ରଥମେ ଘରକୁ ଫେରିଥିଲେ। ସେମାନେ ଘରକୁ ଫେରି ଗପସପ ହେଉଥିବା ବେଳେ ପୁଅ ଲୁଗୁ ହେମ୍ରମ ନିଶାସକ୍ତ ଅବସ୍ଥାରେ ପହଞ୍ଚିଥିଲେ। ଜମିବାଡ଼ି ବିକ୍ରିକୁ ନେଇ ସେ ବାପା ସାଧାଇଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ବାପ-ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ଲୁଗୁ ହେମ୍ରମ ଏକ ଟାଙ୍ଗିଆରେ ସାଧାଇଙ୍କୁ ଆକ୍ରମଣ କରିଥିଲେ। ସାଧାଇଙ୍କ ମୁଣ୍ଡରେ ଚୋଟ ପଡ଼ିଥିଲା। ସେ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଲୁଗୁଙ୍କ ଠାରୁ ଟାଙ୍ଗିଆ ଛଡ଼ାଇବାକୁ ଦୌଡ଼ି ଯାଇଥିଲେ ସାବତ ମା'। ହେଲେ ନୃଶଂସ ଲୁଗୁ ତାଙ୍କୁ ଦୁଷ୍କର୍ମ କରିଥିଲେ। ପାଟି କଲେ ତାଙ୍କୁ ବି ମାରି ଦେବ ବୋଲି କହିଥିଲେ।
ତେବେ ଦୁଇ ଦୁଇଟି ଜଘନ୍ୟ କାଣ୍ଡ ଘଟାଇବା ପରେ ପୁଅ ଏବେ ପୋଲିସ ହାତରେ ଧରା ପଡିଛି । ଏଥିସହିତ ନିଶାସକ୍ତ ଅବସ୍ଥାରେ ଏହି କାଣ୍ଡ ଭିଆଇଥିବା ନିଜେ ସ୍ୱୀକାର କରିଛି ଲୁଗୁ ହେମ୍ରମ।












Click it and Unblock the Notifications