ବାପା ମାଆଙ୍କୁ ହାଣିଲା ପୁଅ; ଟାଙ୍ଗିଆ ଚୋଟରେ ଗଲା ଜୀବନ

ବାପା ମାଆଙ୍କୁ ହାଣିଲା ପୁଅ । ପୁଅର ଟାଙ୍ଗିଆ ଚୋଟରେ ଉଭୟ ବାପା, ମାଆଙ୍କ ମୃତ୍ୟୁ । ହତ୍ୟାକାରୀ ପୁଅ ଧ୍ୟାନ ମୁଣ୍ଡାକୁ ଗିରଫ କଲା ପୋଲିସ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା କାଳିକାପ୍ରସାଦ ପଂଚାୟତ ବସିରା ଗାଁରେ ଏଭଳି ଘଟଣା ଘଟିଛି ।

ଆଜି ସକାଳ ପ୍ରାୟ ୮ଟା ସମୟରେ କୌଣସି କାରଣ ବଶତଃ ଗୋରା ମୁଣ୍ଡା ଏବଂ ପୁଅ ଧ୍ୟାନ ମୁଣ୍ଡା ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା ।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟାରେ ଧ୍ୟାନଙ୍କ ବାପା ଗୋରା ମୁଣ୍ଡା ଘର ଆଗରେ କାଠ କାଟୁଥିବା ବେଳେ ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ବଚସା ହୋଇଥିଲା ।

murder

ଧ୍ୟାନ ଏଥିରେ ଉତ୍ତ୍ୟକ୍ତ ହୋଇ ଉକ୍ତ କାଠ କଟା ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଏଥିରେ ବାପା ଗୋରା ମୁଣ୍ଡାର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମା ପାଲି ମୁଣ୍ଡାକୁ ଗୁରୁତର ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ମାଆଙ୍କର ମୃତ୍ୟୁ ହୋଇଛି । ଚମ୍ପୁଆ ଥାନା ପୋଲିସ ପୁଅକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଖବର ପାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+