ଗିରଫ ହେଲା ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ କରିଥିବା ଜ୍ବାଇଁ
କେନ୍ଦୁଝର ବଲାଣି କିରିବୁରୁ ଜଙ୍ଗଲରେ ଶାଳୀକୁ ହତ୍ୟା ଓ ଶାଶୂକୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ । ଘଟଣାର ୬ ଦିନ ପରେ ଅଭିଯୁକ୍ତ ଜ୍ବାଇଁ ଗିରଫ କରିଛି ବଲାଣି ପୋଲିସ । ଗିରଫ ଅଭିଯୁକ୍ତର ନାଁ ରୂପ ସିଂ ସିଧୁ।
କେନ୍ଦୁଝର: କେନ୍ଦୁଝର ବଲାଣି କିରିବୁରୁ ଜଙ୍ଗଲରେ ଶାଳୀକୁ ହତ୍ୟା ଓ ଶାଶୂକୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ । ଘଟଣାର ୬ ଦିନ ପରେ ଅଭିଯୁକ୍ତ ଜ୍ବାଇଁ ଗିରଫ କରିଛି ବଲାଣି ପୋଲିସ । ଗିରଫ ଅଭିଯୁକ୍ତର ନାଁ ରୂପ ସିଂ ସିଧୁ।

ଗତ ୭ ତାରିଖରେ କଲାଣି ଥାନା ଅନ୍ତର୍ଗତ କିରିବୁରୁ ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ରୂପ ସିଂ ନିଜ ଶାଳୀ ଓ ଶାଶୁଙ୍କ ସହ ଜଙ୍ଗଲକୁ ଯାଇଥିଲା। ସେଠାରେ କୌଣସି କଥାକୁ ନେଇ ଶାଳୀ ସହିତ ତା'ର ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍କ୍ଷିପ୍ତ ହୋଇ ରୂପ ସିଂ ତା' ଶାଳୀକୁ ଆକ୍ରମଣ କରି ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲା। ପରେ ମୃତଦେହକୁ ୨ ଶହ ଫୁଟ ଘାଟି ତଳକୁ ଫିଙ୍ଗି ଦେଇଥିଲା।
ଏହାପରେ ସାଙ୍ଗରେ ଯାଇଥିବା ଶାଶୁଙ୍କୁ ସେ ଦୁଷ୍କର୍ମ କରିଥିଲା। ତେବେ କୌଶଳ କ୍ରମେ ତା' ଶାଶୁ ସେଠାରୁ ଖସିଯାଇ ଏ ସଂପର୍କରେ ପୁଲିସରେ ଜଣାଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୂପ ସିଂର ଶାଳୀର ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ଛାନଭିନ ଚଳାଇଥିଲା ।
More From












Click it and Unblock the Notifications