ମାଆକୁ ପିଟିପିଟି ହତ୍ୟା କଲା ପୁଅ
ଜନ୍ମକଲା ମାଆକୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କଲା ପୁଅ । ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ବନବିହାରୀପୁର ଗାଁ ମୁଣ୍ଡା ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ପାରିବାରିକ କଳହରୁ ପୁଅ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ମୃତାଙ୍କ
କେନ୍ଦୁଝର: ଜନ୍ମକଲା ମାଆକୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କଲା ପୁଅ । ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ବନବିହାରୀପୁର ଗାଁ ମୁଣ୍ଡା ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ପାରିବାରିକ କଳହରୁ ପୁଅ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ମୃତାଙ୍କ ନାମ ତୁଲେଇ ମୁଣ୍ଡା।

ମଙ୍ଗଳବାର ପ୍ରାୟ ରାତି ୯ଟା ପରେ ପୁଅ ଡୁବୁରୁ ମୁଣ୍ଡା ତା' ପିଲାଙ୍କୁ ମାଆ ତୁଲେଇ ମୁଣ୍ଡା ଖାଇବାକୁ ଦେଉନଥିବା କହି ତାଙ୍କୁ ମାରପିଟ୍ କରିଥିଲା । ଚପଲରେ ମାଆର ହାତ ପିଟିବା ସହ ଅଗଣା ଚଟାଣରେ ତାଙ୍କ ମୁଣ୍ଡକୁ ବାରମ୍ବାର ବାଡେଇ ଥିଲା ।
ଫଳରେ ଗୁରୁତର ଅବସ୍ଥାରେ ମହିଳା ଘରେ ପଡି ରହି ପ୍ରାଣ ହରାଇଥିଲେ । ଆଜି ସକାଳେ ଜେଜେମାଆ ମରି ପଡିଥିବାର ଦେଖି ନାତୁଣୀ ସାହି ଲୋକଙ୍କୁ ଜଣାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications