ଆସିଲା ଶ୍ୱେତାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ପୋଲିସ ହେପାଜତରେ ସୌମ୍ୟଜିତ୍ !
Sweta Suicide Case Update: ଆସିଲା ଶ୍ୱେତାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ପୋଲିସ ହେପାଜତରେ ସୌମ୍ୟଜିତ୍
ଭୁବନେଶ୍ୱର: ରାଜଧାନୀରେ ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା । ଆସିଲା ଶ୍ବେତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ବେକ ବ୍ୟତିତ୍ୱ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତଚିହ୍ନ ନଥିବା ରିପୋର୍ଟ । ରିପୋର୍ଟ ଆଧାରଣରେ ତଦନ୍ତ ହେବ ପୋଲିସ ପକ୍ଷରୁ କୁହାଯାଇଛି । ଚନ୍ଦ୍ରଶେଖରପୁର ଥାନାରେ ରିପୋର୍ଟ ପହଞ୍ଚିବା ପରେ ରିପୋର୍ଟ ଆଧାରରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢିବ ।

ସେପଟେ ଚନ୍ଦ୍ରଶେଖରପୁର ଥାନାରେ ଶ୍ୱେତାଙ୍କ ପୁରୁଷ ବନ୍ଧୁ ଆତ୍ମସମର୍ପଣ କରିଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ସୂଚନା ଅନୁସାରେ ପୋଲିସ ହେପାଜତରେ ଅଛନ୍ତି ସୌମ୍ୟଜିତ୍ । ଚନ୍ଦ୍ରଶେଖରପୁର ଥାନା ପୋଲିସ ହେପାଜତକୁ ନେଇଥିବା ସୂଚନା ରହିଛି । ସେହିପରି ଘଟଣାର ପ୍ରଥମ ଦିନ ମଧ୍ୟ ସୌମ୍ୟଜିତ୍ ଥାନାକୁ ଆସିଥିଲେ ଓ ତାଙ୍କୁ ପଚରାଉଚରା ହୋଇଥିଲା । ଅଭିଯୋଗର ଅନୁସାରେ ସବୁ ଦିଗରୁ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଡିସିପି ।

ତେବେ ଶ୍ୱେତାଙ୍କ ପରିବାର ପକ୍ଷରୁ ସୌମ୍ୟଜିତଙ୍କ ବିରୁଧରେ ଅଭିଯୋଗ କରାଯାଇଥିଲା । ଝିଅର ମୃତ୍ୟୁ ପଛରେ ସୌମ୍ୟଜିତଙ୍କ ହାତ ରହିଛି ସେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି ତେଣୁ ତାଙ୍କୁ ଗିରଫ କରାଯାଉ ବୋଲି ଶ୍ୱେତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଥିଲା । ଅନ୍ୟପଟେ ସୋସିଆଲ ମିଡିଆରେ ଶ୍ୱେତା-ସୌମ୍ୟଜିତଙ୍କ ଅଡିଓ ଭାଇରାଲ ହେବାରେ ଲାଗିଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications