ସାମାଜିକ ଗଣମଧ୍ୟମରୁ ପ୍ରେମ: ପରେ ବିବାହ, ଶେଷରେ ଆତ୍ମହତ୍ୟା !
ସାମାଜିକ ଗଣମଧ୍ୟମରୁ ପ୍ରେମ , ପରେ ବିବାହ, ଶେଷରେ ଆତ୍ମହତ୍ୟା !ସାମାଜିକ ଗଣମଧ୍ୟମରୁ ପ୍ରେମ ପଡିଲା ମହଙ୍ଗା ,ସାମାଜିକ ଗଣମାଧ୍ୟମ ଦ୍ୱାରା ବହୁ ସମସ୍ୟାର ସମାଧାନ ହୋଇପାରୁଥିବା ବେଳେ ସୁବିଧା ସୁଯୋଗ ଲୋକେ ପାଇ ପାରୁଛନ୍ତି। ସେହିପରି ଅପରାଧ ମଧ୍ୟ ବିଢିବାରେ ଲାଗିଛି
ବାଲେଶ୍ବର: ସାମାଜିକ ଗଣମଧ୍ୟମରୁ ପ୍ରେମ, ପରେ ବିବାହ। ଶେଷରେ ଆତ୍ମହତ୍ୟା। ସାମାଜିକ ଗଣମାଧ୍ୟମ ଦ୍ୱାରା ବହୁ ସମସ୍ୟାର ସମାଧାନ ହୋଇପାରୁଥିବା ବେଳେ ସୁବିଧା ସୁଯୋଗ ଲୋକେ ପାଇ ପାରୁଛନ୍ତି। ହେଲେ ଏହାକୁ ଆଜିକାଲି କିଛି ଯୁବପୀଢ଼ି ଏହାକୁ ଦୁରୂପଯୋଗ କରୁଥିବାର ନଜରକୁ ଆସୁଛି। ଯେପରିକି ଆଜିକାଲି ଯୁବକ ମାନେ ସମାଜିକ ଗଣମାଧ୍ୟମ ଦ୍ୱାରା ପ୍ରଥମେ ବନ୍ଧୁତା ଓ ପରେ ସମ୍ପର୍କ ନିବିଡକାରି ପ୍ରେମ ତା ପରେ ବିବାହ ଶେଷରେ ମୃତ୍ୟୁ ଭଳି ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁଛି ।

ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଚଷାଖଣ୍ଡ ପଂଚାୟତର ମଧୁପୁରା ଗ୍ରାମରେ ଘଟିଛି। ସୂଚନା ମୁତାବକ ଗ୍ରାମର ବିଭୁତି ଭୂଷଣ ଜେନାଙ୍କ ପୁଅ ହରିଶଙ୍କର ଜେନା ଜଣେ ରାଜମିସ୍ତ୍ରୀ ଭାବରେ କାର୍ଯ୍ୟ କରନ୍ତି। କିଛି ମାସ ପୂର୍ବରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଂଚଳର ବେବି ଜେନା ନାମକ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠି ପରେ ତାହା ବିବାହର ରୂପନେଇଥିଲା। ପୁଅ ଝିଅ ଉଭୟେଙ୍କୁ ଏତେ ଭଲ ପାଇଥିଲେ ଯେ ଶେଷରେ ଝିଅଟି ଘର ଛାଡ଼ି ହରିସଙ୍କରଙ୍କ ଘରକୁ ପଳାଇଆସି ତାଙ୍କୁ ବିବାହ କରିଥିଲେ।
ବିବାହ ପରେ ମାସେ ବୈବାହିକ ଜୀବନ ଅତି ସୁରୁଖୁରୁରେ ଚାଲିଥିବା ବେଳେ ପରେ ଆରମ୍ଭ ହୋଇଥିଲା ବୈବାହିକ ଜୀବନରେ ଆର୍ଥିକ ସମସ୍ୟା। ଫଳରେ ଉଭୟେ ପତିପତ୍ନୀ ମାନସିକ ଚାପରେ ରହୁଥିଲେ। ଯାହାର ପରିଣାମ ଶେଷରେ ଉଭୟଙ୍କୁ ଜୀବନ ହାରିବାର ନିଷ୍ପତି ନେଇଥିବା ଆଲୋଚନା ହେଉଛି। ଯାହାକୁ ନେଇ ମଧୁପୁରା ଅଂଚଳରେ ଶୋକର ଛାୟା ଖେଳିଯାଇଛି।
ତେବେ ପପୁ ଓ ବେବିଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ସଦର ଥାନା ପୋଲିସ ଶବକୁ ଜବତ କରି ପପୁ ଓ ବେବିଙ୍କ ଶବ ବ୍ୟବଛେଦ ପାଇଁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ରଖିଛି। ପୋଲିସର ପୋଷ୍ଟମର୍ଟମ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି।












Click it and Unblock the Notifications