କୁନିଝିଅ କହୁଛି ମା'ର ହତ୍ୟା କାହାଣୀ, ପୋଲିସ ଆଗରେ ବଖାଣୁଛି ମା' ମର୍ଡର ମିଷ୍ଟ୍ରି
କୁନିଝିଅ କହୁଛି ମା'ର ହତ୍ୟା କାହାଣୀ, ପୋଲିସ ଆଗରେ ବଖାଣୁଛି ମା' ମର୍ଡର ମିଷ୍ଟ୍ରି
ନବରଙ୍ଗପୁର : କୁନିଝିଅ ଝିଅ କହୁଛି ମା' ମର୍ଡର ମିଷ୍ଟ୍ରି । ହଁ ଏହା ସତ ଯେ, ହତ୍ୟାର ଅର୍ଥ ହୁଏତ ସେ ଏପର୍ଯ୍ୟନ୍ତ ବୁଝି ନଥିବ । ହେଲେ ଆଖି ସାମ୍ନାରେ ଘଟିଯାଇଥିବା ଘଟଣାକୁ ବେଶ୍ ଭଲ ଭାବେ ବର୍ଣ୍ଣନା କରିଚାଲିଛି ଅଢେଇ ବର୍ଷର ନିଷ୍ପାପ ଶିଶୁ । କିଛି କଥାରେ ତ କିଛି ଠାରରେ ସେ ପୋଲିସକୁ ବୁଝାଇବା ପାଇଁ ଚେଷ୍ଟା କରୁଛି ଯେ ତା ବାପା ହିଁ ମା'ର ତଣ୍ଟି ଚିପି ଜୀବନରୁ ମାରିଦେଇଛି । ଏପରି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଆନ୍ଧ୍ର କାକିନାଡ଼ାରେ । ହେଲେ ମୃତକ ମହିଳା ଜଣକ ହେଲେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ସିଲାଟି ଗାଁର ମାଣିକ ଘୋଷଙ୍କ ସ୍ତ୍ରୀ ଲିପିକା ମଣ୍ତଳ ।

ସାତ ବର୍ଷ ପୂର୍ବରୁ ଉମରକୋଟ ବ୍ଲକର ବଙ୍ଗୀୟ କାରାଗାଁ ଗାଁର ତପନ ମଣ୍ତଳଙ୍କ ଝିଅ ଲିପିକା ମଣ୍ତଳ ସିଲାଟି ଗାଁର ମାଣିକ ଘୋଷଙ୍କୁ ବିବାହ କରିଥିଲେ । ମାଣିକ ହୋଟେଲ ମ୍ୟାନେଜମେଣ୍ଟ କରିଥିଲେ ହେଲେ ବିବାହ ସମୟରେ ସେ ଚାକିରି କରିନଥିଲେ । ପରବର୍ତ୍ତି ସମୟରେ ସେ କାକିନାଡ଼ାରେ ଚାକିରି କରିଥିଲେ ସ୍ତ୍ରୀ ଓ ଝିଅ ମଧ୍ୟ ତାଙ୍କ ସାଙ୍ଗରେ ରହୁଥିଲେ । ପତ୍ନୀ ଲିପିକାଙ୍କର ଝିଅ ହେବା ପରଠୁ ହିଁ ସ୍ୱାମୀ ଓ ପରିବାର ପକ୍ଷରୁ ଆରମ୍ଭ ହୋଇଯାଇଥିଲା ନିର୍ଯ୍ୟାତନା । ବହୁବାର ବୁଝାସୁଝା କରାଯାଇଥିଲା ଏ ନେଇ ଗାଁରେ ମିଟିଂ ମଧ୍ୟ ବସିଥିଲା ହେଲେ ଲିପିକାଙ୍କ ପ୍ରତି ଅନ୍ୟାୟ କମି ନଥିଲା ।
ଗତ ମେ' ମାସରେ ଲିପିକା ଉମରରୋଟ ଥାନାରେ ଏତଲା ଦେଇଥିଲେ । ପରେ ଲିପିକା ନିଜ ଘରେ ରହୁଥିଲେ । ହେଲେ ଜୁନ ମାସରେ ଗାଁରେ ବୈଠକ ବସାଇ ଆଲୋଚନା ପରେ ଶାଶୂଘରକୁ ଫେରିଯାଇଥିଲେ ଲିପିକା । ପରବର୍ତ୍ତି ସମୟରେ ମାଣିକ ଝିଅ ମାହି ଓ ସ୍ତ୍ରୀ ଲିପିକାଙ୍କୁ ସାଥିରେ ନେଇ କାକିନାଡ଼ାକୁ ଯାଇଥିଲେ । ଯେଉଁଠି ଏକ ହୋଟେଲରେ କାମ ଆରମ୍ଭ କରିଥିଲେ ମାଣିକ ।
ହେଲେ ଗତ ସୋମବାର ସକାଳୁ ଲିପିକାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । କାକିନାଡ଼ା ପୋଲିସ ମାଣିକ ଓ ଲିପିକା ରହୁଥିବା ଘରେ ପହଁଚି ଏକ ମକଦ୍ଦମା ରୁଜୁ କରି ମାଣିକଙ୍କୁ ଗିରଫ କରିବା ସହ ମୃତ ଦେହ ଉଦ୍ଧାର କରିଥିଲା । ସ୍ୱାମୀ ମାଣିକଙ୍କୁ ପଚରାଉଚରା କରିବା ସମୟରେ ପାଖରେ ଥିବା ଅଢେଇ ବର୍ଷର ଝିଅ କହୁଛି ମା କୁ ବାପା ହିଁ ହତ୍ୟା କରିଛନ୍ତି, ଗଳାଚିପି ହତ୍ୟା କରିଛନ୍ତି । ଝିଅ ମାହୀ ଘୋଷର ବୟାନକୁ ଆଧାର କରି ପୋଲିଲ ମାଣିକକୁ ଗିରଫ କରିଥିଲା ଓ ଶେଷରେ ସେ ମଧ୍ୟ ନିଜ ଦୋଷ ସ୍ୱୀକାର କରିଛନ୍ତି ।
ଲିପିକାଙ୍କ ବାପା ତପନ ମଣ୍ତଳ କାକିମାଡ଼ାରେ ପହଁଚିବା ପରେ ମୃତ ଦେହ ତାଙ୍କୁ ହସ୍ତାନ୍ତର କରାଯାଇଛି । ଗତକାଲି ରାତିରେ ନାତୁଣୀକୁ ଓ ଝିଅର ମୃତ ଦେହକୁ ଆମ୍ବୁଲାନ୍ସରେ ଆଣି ଶ୍ୱଶୁର ଘର ଗାଁରେ ସତ୍କାର କରିଛନ୍ତି । ଲିପିକାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୁକ୍ତ ମାଣିକକୁ ଫାସି ଦେବା ପାଇଁ ଦାବି କରାଯାଉଛି । ଏହା ସହ ଝିଅ ନାଁରେ ଥିବା ୪ ଏକର ଜମିକୁ ଜ୍ୱାଇଁ ବିକ୍ରୀ କରିଦେଇଥିବା ନେଇ ଲିପିକାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଉଛି ।












Click it and Unblock the Notifications