୨୨ ରାଉଣ୍ଡ ଗୁଳି ସହ ୮ଟି ବନ୍ଧୁକ ଜବତ; ୬ ଗିରଫ
ସମ୍ବଲପୁର: ବନ୍ଧୁକ କାରବାରରେ ବଡ ଅପରାଧି ଗ୍ୟାଙ୍ଗ ଗିରଫ । ସମ୍ବଲପୁର ପୋଲିସକୁ ମିଳିଛି ଏହି ବଡ ସଫଳତା। ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ୮ଟି ବନ୍ଧୁକ ସହ ୨୨ ରାଉଣ୍ଡ ଗୁଳି, ଗୋଟିଏ ଖଣ୍ଡା ଜବତ ହୋଇଛି। ୧୧ ଲକ୍ଷ ୨୦ ହଜାର ଟଙ୍କା, ଗୋଟିଏ କାର୍ ଓ ୨ଟି ବାଇକ୍ ଜବତ ହୋଇଛି।
୪ଟି ଥାନା ଅଞ୍ଚଳରୁ ୬ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସମ୍ବଲପୁରର ଧନୁପାଲି ଥାନା, ଠେଲକୋଲୋଇ, ଅଇଁଠାପାଲି ଓ ବୁର୍ଲା ଥାନାରେ ଚଢ଼ାଉ ହୋଇଛି। ଏହି ବନ୍ଧୁକ ଗୁଡିକ ରାଜ୍ୟ ବାହାରୁ ଓଡ଼ିଶାକୁ ଚାଲାଣ କରୁଥିବା ଜଣାପଡିଛି । ଏହି ଭଳି ଅପରାଧ ଦିନକୁ ଦିନ ରାଜ୍ୟରେ ବଢୁଛି।

ଅଭିଯୁକ୍ତ ମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି ବୋଲି ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି ।ଅଭିଯୁକ୍ତଙ୍କ ମଧ୍ୟରେ କିଛି ରାଜନେତାଙ୍କ ସମ୍ପୃକ୍ତ ଥିବା ମଧ୍ୟ ଜଣାପଡିଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଆହୁରି ବଡ ରାକେଟ ଥାଇପାରେ ବୋଲି ଅନୁମାନ କରାଯାଉଛି












Click it and Unblock the Notifications