'ପରୀ' ହତ୍ୟା ଘଟଣା : ଏସଆଇଟି ଗଠନ କଲେ ରାଜ୍ୟ ସରକାର
ନୟାଗଡ଼ ପରୀ ଅପହରଣ ଓ ହତ୍ୟା ମାମଲାରେ ରାଜ୍ୟ ସରକାର ଏସଆଇଟି ଗଠନ କରିଛନ୍ତି ।
ଭୁବନେଶ୍ୱର : ଅନେକ ତୁମ୍ବିଂତୋଫାନ ପରେ ଶେଷରେ ନୟାଗଡ଼ ପରୀ ଅପହରଣ ଓ ହତ୍ୟା ମାମଲାରେ ରାଜ୍ୟ ସରକାର ଏସଆଇଟି ଗଠନ କରିଛନ୍ତି । ଏହି ଟିମରେ ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ଟିମରେ ଅଛନ୍ତି କ୍ରାଇମବ୍ରାଞ୍ଚ ଏସପି ଆର.କେ ଦୋରା, ଅତିରିକ୍ତ ଏସପି ଆର.ସି. ଥମ୍ବ, ଇନସ୍ପେକ୍ଟର ନରେନ୍ଦ୍ର ବେହେରା ଓ ଇନ୍ସପେକ୍ଟର ମମତାରାଣୀ ପଣ୍ଡା । ଏସଆଇଟି ଗଠନ ନେଇ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଅବଗତ କରାଇଛନ୍ତି ।

ଏନେଇ ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କୁ ଚିଠି ଲେଖିଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ । ଏଠାରେ ସୂଚନାଥାଉକି, ପରୀ ମାମଲାକୁ ନେଇ ଆଜି ଦିନ ତମାମ୍ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା । ବିରୋଧୀ କଂଗ୍ରେସ ଓ ବିଜେପି ବିଧାନସଭାରେ ହଙ୍ଗାମା କରିଥିଲେ । ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିବା ପାଇଁ ଉଦ୍ୟମ କରିଥିଲେ । ଏଥିସହ ମାଇକ୍ ମଧ୍ୟ ଟଣାଓଟରା କରିଥିଲେ ।












Click it and Unblock the Notifications