ଏସଆଇଟି ଖୋଲିବ 'ପାଠକ' ଗୁମର : ଆଏଫଏସ୍ ଅଭୟ ପାଠକଙ୍କ ମାମଲାରେ ଗଠନ ହେଲା ଟିମ୍
ଗିରଫ ହୋଇଥିବା ନିଲମ୍ବିତ ଆଇଏଫଏସ୍ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ପାଇଁ ଏସଆଇଟି ଗଠନ କରାଯାଇଛି ।
ଭୁବନେଶ୍ୱର : ଗିରଫ ହୋଇଥିବା ନିଲମ୍ବିତ ଆଇଏଫଏସ୍ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ପାଇଁ ଏସଆଇଟି ଗଠନ କରାଯାଇଛି । କୋଟି କୋଟି ଟଙ୍କାର କୁବେର ଭଣ୍ଡାର ଖୋଲିଥିବା ଅଭିୟଙ୍କ ଗୁମର ଖୋଲିବ ଏସଆଇଟି । ଏଥିପାଇଁ ଏସଆଇଟିରେ 20 ଜଣ ବଛାବଛା ଅଧିକାରୀଙ୍କୁ ନେଇ ଗଠନ କରାଯାଇଛି ଟିମ୍ । ପାଠକଙ୍କ ସହ ଜଡ଼ିତ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ତଦନ୍ତପରିଷରଭୁକ୍ତ କରିବ ଏସଆଇଟି । ଏଥିପାଇଁ ସମସ୍ତଙ୍କୁ 160 ସିଆରପିସି ଆଧାରରେ ସମସ୍ତଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିବ ଏସଆଇଟି ।
ସେହିପରି ବ୍ୟାଙ୍କ ଅଧିକାରୀ, ବନ ଅଧିକାରୀ, ସମ୍ପର୍କୀୟ, କର୍ମଚାରୀ ଓ ସହଯୋଗୀମାନେ ମଧ୍ୟ ତଦନ୍ତ ପରିଶରଭୁକ୍ତ ହେବେ ବୋଲି ଜଣାପଡିଛି ।













Click it and Unblock the Notifications