ପରୀ ମୃତ୍ୟୁ ମାମଲା : 'ଆମକୁ ଦୁଇ ସପ୍ତାହ ଦିଅ'
ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।
ଭୁବନେଶ୍ୱର : ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଏହି ତଦନ୍ତ ମାତ୍ର ଚାରି ଦିନ ହେଲା ଆରମ୍ଭ ହୋଇଛି । ଆମକୁ ଦୁଇ ସପ୍ତାହ ଦିଅନ୍ତୁ ବୋଲି କହିଛନ୍ତି ଅରୁଥ ବୋଥ୍ରା । ଦୁଇ ସପ୍ତାହ ତଦନ୍ତରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଅରୁଣ । ଏଠାରେ କହି ରଖୁଛୁ କି ପରୀ ମତ୍ୟୁ ମାମଲାକୁ ନେଇ ଆଜି ଡିଜିପି କ୍ୟାମ୍ପ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।
ଏଠାରେ ସୂଚନାଥାଉକି, ପରୀ ମୃତ୍ୟୁକୁ ନେଇ ବିଧାନସଭାରେ ବିରୋଧିଙ୍କ ପକ୍ଷରୁ ଜୋରଦାର୍ ବିରୋଧ ପରେ ରାଜ୍ୟ ସରକାର ଏହାକୁ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏହି ଏସଆଇଟିର ମୁଖ୍ୟ ଅଛନ୍ତି ଅରୁଣ ବୋଥ୍ରା । ତାଙ୍କ ନେତୃତ୍ୱରେ ଏସଆଇଟି ବଛାବଛା ପାଞ୍ଚ ଜଣ ଅଧିକାରୀଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ଶୁକ୍ରବାର ଏହି ଘଟଣାର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକ ଘରେ ଚଢାଉ କରିଥିଲା ଟିମ୍ । ବାବୁଲି ଓ ତାଙ୍କ ପୁଅକୁ ପ୍ରାୟ ଏକ ଘଣ୍ଟା ଜେରା କରିଥିଲା ଏସଆଇଟି । ବାବୁଲି ଓ ତାଙ୍କ ଡ୍ରାଇଭରଙ୍କ ମାଲିକାନାରେ ଥିବା ଗାଡିଗୁଡିକର ସବିଶେଷ ତଥ୍ୟ ସଂଗ୍ରହ କରିଥିଲା ଏହି ଟିମ୍ ।












Click it and Unblock the Notifications