ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା କ୍ୱିଣ୍ଟାଲରୁ ଅଧିକ ରୂପା ଇଟା

ଟାଙ୍ଗୀରୁ ୧ କ୍ୱିଣ୍ଟାଲ ରୂପା ଇଟା ଓ ୧୪ ଲକ୍ଷ ଟଙ୍କା ଜବତ ହୋଇଛି । ଗାଡି ଯାଞ୍ଚ ବେଳେ କଟକ ଟାଙ୍ଗୀ ନିକଟରୁ ଏସବୁ ଜବତ କରିଛି ଅବକାରୀ ସ୍କ୍ୱାର୍ଡ ।

କଟକ: ଟାଙ୍ଗୀରୁ ୧ କ୍ୱିଣ୍ଟାଲ ରୂପା ଇଟା ଓ ୧୪ ଲକ୍ଷ ଟଙ୍କା ଜବତ ହୋଇଛି । ଗାଡି ଯାଞ୍ଚ ବେଳେ କଟକ ଟାଙ୍ଗୀ ନିକଟରୁ ଏସବୁ ଜବତ କରିଛି ଅବକାରୀ ସ୍କ୍ୱାର୍ଡ । ଗଞ୍ଜେଇ ଚାଲାଣ ସନ୍ଦେହ କରି ଗାଡିକୁ ଯାଞ୍ଚ କରୁଥିବା ବେଳେ ରୂପା ଇଟା ସହ ବିଭିନ୍ନ ଚାନ୍ଦି ଅଳଙ୍କାର ମଧ୍ୟ ଜବତ କରିଛି ସ୍କ୍ୱାର୍ଡ ।

Ganja

ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାରରେ ଏହି ରୂପା ଇଟା ଚାଲାଣ ହେଉଥିଲା । ଗଞ୍ଜାମ ଆସିକା ଅଞ୍ଚଳରୁ ଏହା ଖଡ଼ଗପୁରରୁ ଚାଲାଣ ହେଉଥିବା ଜଣାପଡିଛି । କାରରେ ସିକ୍ରେଟ ଚାମ୍ବର କରି ଚାଲଣ ହେଉଥିଲା ରୂପା ଇଟା । କାରରେ ଥିବା ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ଘଟଣାସ୍ଥଳରେ ଜିଏସଟି ଅଧିକାରୀ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ ଆଜି ଟାଙ୍ଗୀ ଟୋଲଗେଟ ପାଖରେ ଏକ କାର୍‌ରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଛକିଥିଲେ ଅବକାରୀ କର୍ମଚାରୀ । କଟକ ପଟୁ ଆସୁଥିବା ଏକ କାର୍‌କୁ ଅଟକାଇ ଯାଞ୍ଚ କରିଥିଲେ । ହେଲେ ଭିତରେ ଗଞ୍ଜେଇ ନଥିଲା, ଥିଲା ରୁପା ଇଟା ଓ ପୁଳା ପୁଳା ଟଙ୍କା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+