ମୁସେୱାଲା ମର୍ଡର ମାମଲା: 7 ଦିନିଆ ରିମାଣ୍ଡରେ ଲରେନ୍ସ ବିଷ୍ଣୋଇ

ବହୁଚର୍ଚ୍ଚିତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ମାମଲାରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ 7 ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ମଙ୍ଗଳବାର ପଞ୍ଜାବ ପୋଲିସର ଆବେଦନ ଅନୁସାରେ ଲରେନ୍ସ ବିଷ୍ଣୋଇକୁ ଗିରଫ କରିବା ପାଇଁ ଅନୁମତି

ଚଣ୍ଡିଗଡ: ବହୁଚର୍ଚ୍ଚିତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ମାମଲାରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ 7 ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ମଙ୍ଗଳବାର ପଞ୍ଜାବ ପୋଲିସର ଆବେଦନ ଅନୁସାରେ ଲରେନ୍ସ ବିଷ୍ଣୋଇକୁ ଗିରଫ କରିବା ପାଇଁ ଅନୁମତି ଦେଇଥିଲେ ଦିଲ୍ଲୀ ହାଇକୋର୍ଟ ।

ବିଷ୍ଣୋଇକୁ ଆଜି ମାନସା ସିଜେଏମ୍‌ଙ୍କ ଆଗରେ ହାଜର କରାଯିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ପଞ୍ଜାବ ପୋଲିସର ଚାରୋଟି ଟିମ୍ ବିଷ୍ଣୋଇକୁ ପଚରାଉଚରା କରିବେ । ଯେଉଁଥିରେ ଏକ ଦଳ ବିଷ୍ଣୋଇକୁ ବହୁଚର୍ଚ୍ଚିତ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ବିଷୟରେ ଲରେନ୍ସ ବିଷ୍ଣୁଙ୍କୁ ପଚରାଉଚରା କରିବ ।

lawrence

ଦ୍ୱିତୀୟଟି ଆଣ୍ଟି-ଗ୍ୟାଙ୍ଗଷ୍ଟର ଷ୍ଟକ୍ ଫୋର୍ସର ମୁଖ୍ୟଙ୍କ ନେତୃତ୍ୱରେ ପ୍ରଶ୍ନ କରାଯିବ। ବଥିଣ୍ଡାର ଆଇଜି ରେଞ୍ଜଙ୍କ ନେତୃତ୍ୱରେ ତୃତୀୟ ଦଳ ଗଠନ କରାଯାଇଛି । ଭିଜିଲାନ୍ସ ବ୍ୟୁରୋର ବରିଷ୍ଠ ଅଧିକାରୀମାନେ ମଧ୍ୟ ଲରେନ୍ସକୁ ପଚରାଉଚରା କରିବେ । ଗଠନ ହୋଇଥିବା ଏହି 4ଟି ଟିମ ଲରେନ୍ସକୁ ପ୍ରାୟ 350ଟି ପ୍ରଶ୍ନ କରିବା ନେଇ ସୂଚନା ରହିଛି ।

ପିଟିଆଲା ହାଉସ କୋର୍ଟର ଡ୍ୟୁଟି ମାଜିଷ୍ଟ୍ରେଟଙ୍କୁ ପଞ୍ଜାବ ସରକାର କହିଛନ୍ତି ଯେ, "ଲରେନ୍ସଙ୍କୁ ଦିଲ୍ଲୀରୁ ପଞ୍ଜାବ ନେବା ପାଇଁ 50 ଜଣ ପୋଲିସ୍ କର୍ମଚାରୀ ରହିବେ । ଦୁଇଟି ବୁଲେଟ ପ୍ରୁଫ ଗାଡି ସହ 12ଟି ଅତିରିକ୍ତ ଗାଡ଼ି ଏକା ସାଙ୍ଗରେ ଯିବେ । ଯେଉଁ ରାସ୍ତାରେ ଗାଡ଼ି ଗୁଡ଼ିକ ଯିବ, ତା'ର ଭିଡିଓ ଗ୍ରାଫି କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+