ଶ୍ରଦ୍ଧା ୱାକର ହତ୍ୟା ମାମଲା:ଆଫତାବ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ
ଶ୍ରଦ୍ଧା ୱାକର ହତ୍ୟା ମାମଲା । ଆଫତାବ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ
ମେହରୌଲିଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ମାମଲା । ଦିଲ୍ଲୀ ପୋଲିସ ଖୁବ୍ ଶୀଘ୍ର ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିପାରେ । ଅଭିଯୁକ୍ତ ଆଫତାବ ପୁନାୱାଲା ବିରୋଧରେ ପୋଲିସ ୩ ହଜାର ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କରିଛି।
ସୂଚନାନୁସାରେ, ଜାନୁଆରୀ ଶେଷ ସୁଦ୍ଧା ଯେ କୌଣସି ତାରିଖରେ ଚାର୍ଜସିଟ୍ ଦାଖଲ କରାଯାଇପାରେ । ବର୍ତ୍ତମାନ ଆଇନ ବିଶେଷଜ୍ଞମାନେ ଏହି ଚାର୍ଜସିଟ୍ ଦେଖୁଥିବା ନେଇ ଖବର ରହିଛି । ଶ୍ରଦ୍ଧା ୱାକର ହତ୍ୟା ମାମଲା ଗତ ବର୍ଷ ମେ ୧୮ରେ ଦିଲ୍ଲୀର ଛତ୍ରପୁର ଅଞ୍ଚଳରେ ଏକ ଫ୍ଲାଟରେ ଆଫାବ ପ୍ରଥମେ ଶ୍ରଦ୍ଧାଙ୍କ ଗଳା କାଟି ହତ୍ୟା କରିଥିଲା । ହତ୍ୟା ପରେ ତାଙ୍କ ମୃତଦେହକୁ ୩୫ ଖଣ୍ଡରେ କାଟି ଫ୍ରିଜରେ ରଖିବା ପରେ, ସେ ଏହି ଖଣ୍ଡଗୁଡ଼ିକୁ ମେହରୌଲି ଜଙ୍ଗଲରେ ଫିଙ୍ଗିବା ଆରମ୍ଭ କରିଥିଲା ।

୧୦୦ରୁ ଅଧିକ ସାକ୍ଷୀ
୩ ହଜାରରୁ ଅଧିକ ପୃଷ୍ଠାର ଏହି ଡ୍ରାଫ୍ଟ ଚାର୍ଜ ସିଟ୍ ୧୦୦ରୁ ଅଧିକ ସାକ୍ଷୀଙ୍କ ସହ ଫୋରେନସିକ୍ ଏବଂ ଇଲେକ୍ଟ୍ରୋନିକ୍ ପ୍ରମାଣ ଆଧାର କରାଯାଇଛି । ଗତ ମାସରେ ମେହରୌଲି ଜଙ୍ଗଲରୁ ଉଦ୍ଧାର ହୋଇଥିବା ହାଡର ଡିଏନଏ ଟେଷ୍ଟ କରାଯାଇଥିଲା ଯେଉଁଥିରେ ଏହା ନିଶ୍ଚିତ ହୋଇଥିଲା ଯେ ଏହି ହାଡ ଗୁଡିକ ଶ୍ରଦ୍ଧାଙ୍କର ବୋଲି । ଏହା ମଧ୍ୟ ଚାର୍ଜ ସିଟର ଏକ ଅଂଶ । ଏହା ବ୍ୟତୀତ ଆଫତାୱଙ୍କ ନାର୍କୋ ଟେଷ୍ଟର ରିପୋର୍ଟ ମଧ୍ୟ ଏହି ଚାର୍ଜସିଟରେ ଅନ୍ତର୍ଭୂକ୍ତ କରାଯାଇଛି । ବର୍ତ୍ତମାନ ଆଇନ ବିଶେଷଜ୍ଞମାନେ ଏହାର ସମୀକ୍ଷା କରୁଛନ୍ତି ।
ଏହା ବ୍ୟତୀତ ଅଫତାବ ପୁନାୱାଲାଙ୍କ ଫ୍ଲାଟରୁ ମିଳିଥିବା ରକ୍ତ ନମୁନା ମଧ୍ୟ ଶ୍ରଦ୍ଧା ୱାକରଙ୍କର ବୋଲି ନିଶ୍ଚିତ ହୋଇଛି । ଏଥିପାଇଁ ଶ୍ରଦ୍ଧାଙ୍କ ପିତାଙ୍କ ରକ୍ତ ନମୁନା ନେଇ ଡିଏନ୍ଏ ପରୀକ୍ଷା କରାଯାଇଥିଲା । ଅଫତାବ ପୁନାୱାଲାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ମେ 18 ରେ ଛତ୍ରପୁର ଭଡାଘରେ ଶ୍ରଦ୍ଧା ୱାଲକରଙ୍କ ସହ ଝଗଡା କରିଥିଲେ ଏବଂ ଏହା ପରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲେ । ଘଟଣାକୁ ଲୁଚାଇବା ପାଇଁ ଅଫତାବ ଶ୍ରଦ୍ଧାଙ୍କ ମୃତଦେହକୁ ଜଙ୍ଗଲରେ ଫୋପାଡ଼ିବାକୁ ଯୋଜନା କରିଥିଲା । ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଏସବୁ କୁ ମେହରୌଲି ଜଙ୍ଗଲରେ ଫୋପାଡ଼ିଦେଇଥିଲେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications