Get Updates
Get notified of breaking news, exclusive insights, and must-see stories!

ଶ୍ରଦ୍ଧା ମର୍ଡର ମିଷ୍ଟ୍ରୀ : ମେହରୁଲି ଜଙ୍ଗଲରେ ଚାଲିଛି ସିନ ରିକ୍ରିଏସନ

ଆଜି ଦିଲ୍ଲୀ ପୋଲିସ କ୍ରାଇମ ସିନ ରିକ୍ରିଏସନ କରିବା ସହିତ ମେହରୁଲି ଜଙ୍ଗଲରେ ମଧ୍ୟ ଛାନଭିନ ଆରମ୍ଭ କରିଛି । ଶ୍ରଦ୍ଧାଙ୍କ ବୟଫ୍ରେଣ୍ଡ ଆଫତାବ ଅମିନଙ୍କୁ ପୋଲିସ ଜଙ୍ଗଲକୁ ନେଇ ତଦନ୍ତ କରୁଛି ।

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ୱାକର ମର୍ଡର ମାମଲରେ ସାମନାକୁ ଆସୁଛି ଭିନ୍ନ ଭିନ୍ନ ତଥ୍ୟ । ଆଜି ଦିଲ୍ଲୀ ପୋଲିସ କ୍ରାଇମ ସିନ ରିକ୍ରିଏସନ କରିବା ସହିତ ମେହରୁଲି ଜଙ୍ଗଲରେ ମଧ୍ୟ ଛାନଭିନ ଆରମ୍ଭ କରିଛି । ଶ୍ରଦ୍ଧାଙ୍କ ବୟଫ୍ରେଣ୍ଡ ଆଫତାବ ଅମିନଙ୍କୁ ପୋଲିସ ଜଙ୍ଗଲକୁ ନେଇ ତଦନ୍ତ କରୁଛି ।

murder case
ଅଭିଯୁକ୍ତ ଅଫତାବ ଏବଂ ଶ୍ରଦ୍ଧା ଲିଭ ଇନରେ ରହୁଥିଲେ । ଏହାପରେ ବିବାହ ପାଇଁ କଥା ଉଠିବା ପରେ ଆରମ୍ଭ ହୋଇଥିଲା ଝଗଡା । ଏଥିରେ ଉତ୍ତେଜିତ ପ୍ରେମିକ ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ତାଙ୍କ ମୃତ ଶରୀରକୁ 35 ଖଣ୍ଡରେ କାଟି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ।

ଦୀର୍ଘ 5 ମାସ ପରେ ଦିଲ୍ଲୀ ପୋଲିସ ଏହି ହତ୍ୟାକାଣ୍ଡର କରିଛି ଖୁଲାସା । ପ୍ରଥମେ ଶ୍ରଦ୍ଧାଙ୍କ ଅପହରଣ ନେଇ ତାଙ୍କ ବାପା ନଭେମ୍ବର 8 ତାରିଖରେ ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ତଦନ୍ତ ପରିସରଭୁକ୍ତ ହୋଇଥିଲେ ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବ। ପୋଲିସ ତାଙ୍କୁ ଗିରଫ କରି ବର୍ତ୍ତମାନ ପଚରା ଉଚରାପରେ ସିନ ରିକ୍ରିଏସନ କରାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+