ଦିଲ୍ଲୀ ଶ୍ରଦ୍ଧା ୱାକର ଘଟଣାର ପୁନରାବୃତ୍ତି, ଯୁବତୀଙ୍କୁ ପାଣି ଟାଙ୍କିରୁ ଠେଲିଲେ ଯୁବକ
ଦିଲ୍ଲୀ ଶ୍ରଦ୍ଧା ୱାକର ଘଟଣାର ପୁନରାବୃତ୍ତି । ଯୁବତୀଙ୍କୁ ପାଣି ଟାଙ୍କିରୁ ଠେଲିଲେ ଯୁବକ ।
ମୁମ୍ବାଇ: ମୁମ୍ବାଇରେ ଦେଖିବାକୁ ମିଳିଛି ଶ୍ରଦ୍ଧା ୱାକର ମର୍ଡର କେସର ପୁନରାବୃତ୍ତି। ଜଣେ ଯୁବକ ରାଗରେ ଜର୍ଜରିତ ହୋଇ ପ୍ରେମିକାଙ୍କୁ ପାଣି ଟାଙ୍କିରୁ ଠେଲି ଦେଇଛନ୍ତି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରିଛି ମୁମ୍ବାଇ ପୋଲିସ । ପୋଲିସ ଅନୁସାରେ, ଦୁହେଁ ସ୍ଥାନୀୟ ଏକ ବିପିଓରେ କର୍ଯ୍ୟରତ ଅଛନ୍ତି । ମଦ ନିଶାରେ ଯୁବକ ଏପରି କାଣ୍ଡ ଭିଆଇଥିବା କହିଛି ପୋଲିସ ।

ବର୍ତ୍ତମାନ ପୋଲିସ ଅଭିଯୁକ୍ତର ବନ୍ଧୁ ଦେବେଶ ଲାଡଙ୍କୁ ମଧ୍ୟ ପଚରା ଉଚରା ପାଇଁ ଡକାଇଛି। ଏହି ପ୍ରେମୀ ଯୁଗଳଙ୍କ ଭିତରେ ଝଗଡା ହେବା ଦିନ ଦେବେଶ ସେଠାରେ ଉପସ୍ଥିତ ଥିବା କୁହାଯାଉଛି । ପ୍ରଥମେ ଯୁବତୀଙ୍କୁ ଡାକ୍ତରଖାନା ନେବାରେ ସେ ହିଁ ସହାୟତା କରିଥିବା କହିଛନ୍ତି । ବର୍ତ୍ତମାନ ଡିସିପି (ଜୋନ୍ ଦ୍ୱାଦଶ) ସ୍ମିତା ପାଟିଲ ଦହିସାର ପୋଲିସର ଇନ୍ସପେକ୍ଟର ରାମ ପୋଟେ ବରିଷ୍ଠ ଇନ୍ସପେକ୍ଟର ପ୍ରବୀଣ ପାଟିଲଙ୍କ ଏକ ଦଳର ତଦାରଖ କରୁଛନ୍ତି।












Click it and Unblock the Notifications