ଶ୍ରଦ୍ଧା ମର୍ଡର କେସ : ସିବିଆଇକୁ ମାମଲା ହସ୍ତାନ୍ତର ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର
ଏହି ହତ୍ୟା ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଦାବି କରି ଦିଲ୍ଲୀ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ମାମଲାକୁ ଦିଲ୍ଲୀ ପୋଲିସ ହାତରୁ ନେଇ ସିବିଆଇକୁ ଦିଆଯାଉ ବୋଲି ଜଣେ ଓକିଲ କୋର୍ଟରେ ଆବେଦନ କରିଛନ୍ତି ।
ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ପ୍ରତିଦିନ ନୂଆ ତଥ୍ୟ ଦେଉଛି ଅଭିଯୁକ୍ତ। ନିଜେ କେଉଁଠି ଶ୍ରଦ୍ଧାଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପକାଇଛି ସେ ନେଇ ସ୍ବୀକାର କରିଛି। ତେବେ ଏହି ହତ୍ୟା ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଦାବି କରି ଦିଲ୍ଲୀ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ମାମଲାକୁ ଦିଲ୍ଲୀ ପୋଲିସ ହାତରୁ ନେଇ ସିବିଆଇକୁ ଦିଆଯାଉ ବୋଲି ଜଣେ ଓକିଲ କୋର୍ଟରେ ଆବେଦନ କରିଛନ୍ତି ।

ଆବେଦନରେ କୁହାଯାଇଛି ଯେ, ଦିଲ୍ଲୀ ପୋଲିସ ପାଖରେ ଯଥେଷ୍ଟ ପୋଲିସ କର୍ମୀ ଏବଂ ପ୍ରଶାସନିକ କର୍ମଚାରୀଙ୍କ ଅଭାବ ରହିଛନ୍ତି। କେବଳ ଏତିକି ନୁହେଁ ଦିଲ୍ଲୀ ପୋଲିସ ନିକଟରେ ଟେକ୍ନିକାଲ ଏବଂ ସାଇଣ୍ଟିଫିକ ବ୍ୟବସ୍ଥାର ଅଭାବ ରହିଛି। ଏନେଇ ଏଭଳି ହୃଦୟବିଦାରକ ହତ୍ୟାକାଣ୍ଡର ତଦନ୍ତ କରିବାରେ ସଫଳ ହେବେନି ପୋଲିସ ଟିମ।
ନୂଆଦିଲ୍ଲୀର ଛତରପୁର ଅଞ୍ଚଳରେ ଜଣେ 26 ବର୍ଷୀୟା ଯୁବତୀଙ୍କର ହତ୍ୟା କରି 35 ଖଣ୍ଡ କରି ଜଙ୍ଗଲରେ ଫିଙ୍ଗିଥିଲେ ପ୍ରେମିକ । ମେ ମାସ 18 ତାରିଖରେ ଖର୍ଚ୍ଚ ଓ ଧୋକାକୁ ନେଇ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା । ଏହାପରେ ଏଥିରେ ଉତ୍ତେଜିତ ପ୍ରେମିକ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ।












Click it and Unblock the Notifications