ଶ୍ରଦ୍ଧା ମର୍ଡର ମିଷ୍ଟ୍ରୀ: ପଲିଗ୍ରାଫ ଟେଷ୍ଟରେ ଭ୍ରମିତ କରୁଛି ଅଭିଯୁକ୍ତ
ଶ୍ରଦ୍ଧା ମର୍ଡର ମିଷ୍ଟ୍ରୀରେ ପ୍ରତି ଦିନ ଯୋଡି ହେଉଛି ନୂୂଆ ଫର୍ଦ୍ଦ। ଆଜି ପଲିଗ୍ରାଫ ଟେଷ୍ଟରେ ଭ୍ରମିତ କରୁଛି ଅଭିଯୁକ୍ତ ।
ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ଘଟଣାରେ ଅଭିଯୁକ୍ତ ଆଫତାବ ପୁନାୱାଲାରେ ପଲିଗ୍ରାଫ ଟେଷ୍ଟ ଶେଷ ହୋଇଛି । ଆଗକୁ ଏହି ଟେଷ୍ଟ ଜାରି ରହିପାରେ । ତେବେ ଆଜି ଟେଷ୍ଟରୁ ଅନେକ ତଥ୍ୟ ସାମନାକୁ ଆସିଛି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ଅଭିଯୁକ୍ତ ଆଫତାବ ସ୍ବୀକାର କରିଛି ଯେ, ଶ୍ରଦ୍ଧାଙ୍କୁ ପୂର୍ଣ୍ଣ ଯୋଜନାର ସହିତ ହତ୍ୟା କରିଛି । ଏହା ପୂର୍ବରୁ ସେ ଦୃଶ୍ୟମ ଫିଲ୍ମ ଦେଖିଥିବା କହିଛନ୍ତି । ରୋହିଣୀ ଫରେନସିକ ସାଇନ୍ସ୍ ଲାବୋଟରୀ (ଏଫଏସଏଲ) ଅନୁସାରେ ଅଭିଯୁକ୍ତ ଫିଲ୍ମ ଦେଖିବା ପରେ ଏହି ହତ୍ୟା ଯୋଜନା ତିଆରି କରିଥିଲେ। ତାଙ୍କୁ ହତ୍ୟା କରିବା ପରେ ଶ୍ରଦ୍ଧାଙ୍କ ସୋଶାଲ ମିଡିଆ ଆକାଉଣ୍ଟ ଚଳାଉଥିଲେ ।

ଆଫତାବଙ୍କୁ ଆଜି ପଲିଗ୍ରାଫ ଟେଷ୍ଟର ଦ୍ବିତୀୟ ଅଧିବେଶନରେ ପ୍ରାୟ 40ରୁ ଅଧିକ ପ୍ରଶ୍ନ କରାଯାଇଛି । ଟେଷ୍ଟ ଚାଲିଥିବା ବେଳେ ଆଫତାବ ଛିଙ୍କିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ସର୍ଦ୍ଦି ରହିଥିଲା ବୋଲି ଜଣାପଡିଛି । ପଲିଗ୍ରାଫର ସମସ୍ତ ପ୍ରଶ୍ନ ମଧ୍ୟ ହିନ୍ଦିରେ ପଚରାଯାଇବା ବେଳେ ଆଫତାବ ଉତ୍ତର ଇଂରାଜୀରେ ଗୋଟିଏ ଗୋଟିଏ ବାକ୍ୟରେ ଦେଉଥିଲେ ।












Click it and Unblock the Notifications