ଯୁବ ବିଜେଡି ନେତାଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
କାମାକ୍ଷାନଗର: ସ୍ଥାନୀୟ ଯୁବ ବିଜେଡି ନେତା ତଥା ଠିକାଦାର କାହ୍ନୁଚରଣ ସାହୁଙ୍କୁ ଗୁଳିମାଡ଼ । କାରରେ ଘରକୁ ଫେରିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ସୂଚନା ।
କାହ୍ନୁଙ୍କ ହାତ ଓ ଜଙ୍ଘରେ ଗୁଳି ବାଜିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବୁଧବାର ରାତି ୧୧ଟାରେ ଗୁଳିମାଡ଼ ହୋଇଛି। ସେ ଘରକୁ ସେ ତାଙ୍କ କାରରେ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ଏପରି ଆକ୍ରମଣ କରିଛି।

ପୂର୍ବରୁ କାମାକ୍ଷାନଗର ଘର ଆଗରେ ତାଙ୍କ କାର ଉପରେ ବୋମାମାଡ଼ ହୋଇଥିଲା। ସେହିପରି ଢେଙ୍କାନାଳ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଆକ୍ରମଣ କରି କାର ଛଡ଼ାଇ ନେଇଥିଲେ। ତେବେ କିଏ କାହିଁକି ଏଭଳିଆ କାଣ୍ଡ କରିଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ। ତେବେ ରାଜନୈତିକ ଶତ୍ରୁତା କିମ୍ବା ପୂର୍ବ ଶତ୍ରୁତାରୁ ଏପରି ଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଛି।












Click it and Unblock the Notifications