ରେଭ ପାର୍ଟିରେ ଧାରା ପଡିଲେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ
ମୁମ୍ବାଇ: ବଲିଉଡ ତାରକାଙ୍କ ନିଶା କାରବାରରେ ସମ୍ପୃକ୍ତିର ଆଉ ଏକ ବଡ ଘଟନା ସାମନାକୁ ଆସିଛି। ମୁମ୍ବାଇରୁ ଗୋଆ ଯାଉଥିବା ଲକଜୁରୀ କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ରେଡ୍ କରିଛି ଏନସିବି । ପାର୍ଟିରେ ବଲିଉଡ୍ ତାରକା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଥିଲେ । ଆର୍ଯ୍ୟନଙ୍କୁ ପଚରାଉଚରା କରୁଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ । ମାମଲାରେ ଏନସିବି ୮ ଜଣଙ୍କୁ ଗିରଫ କରିଛି ।

ଜେରା ବେଳେ ଆର୍ଯ୍ୟନ କହିଛି, ତାଙ୍କ ନାମ ନେଇ ଲୋକଙ୍କୁ ପାର୍ଟିକୁ ଡକା ଯାଇଥିଲା । ପାର୍ଟିର ଭିଡିଓ ମଧ୍ୟ ଏନସିବି ପାଇଛି । ଯେଉଁ ଭିଡିଓରେ ଆର୍ଯ୍ୟନ ରହିଛନ୍ତି । ପାର୍ଟିରେ ଆର୍ଯ୍ୟନ ଧଳା ରଙ୍ଗର ସାର୍ଟ ସହ ବ୍ଲୁ ଜିନ୍ସ ପିନ୍ଧିଛନ୍ତି ଏବଂ ମୁଣ୍ଡରେ ଟୋପି ଲଗାଇଛନ୍ତି । ଏହାବାଦ୍ ଗିରଫ ୮ ଜଣଙ୍କ ଠାରୁ ରୋଲିଂ ପେପର୍ ମିଳିଛି ।
ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ମୋବାଇଲ୍ ଜବତ କରିଛି ଏନସିବି । ତାଙ୍କ ମୋବାଇଲ୍ ଫୋନର ଚାଟର ଯାଞ୍ଚ କରାଯାଉଛି । ଅନ୍ୟ ଗିରଫଙ୍କ ମୋବାଇଲ୍ ଜବତ ପରେ ଛାନଭିନ୍ ଚାଲିଛି । ମାମଲାରେ ତିନିଜଣ ଯୁବତୀଙ୍କୁ ମଧ୍ୟ ଗିରଫ କରି ଜେରା କରୁଛି ଏନସିବି । ଏହି ତିନିଜଣ ଯୁବତୀ ବଡ଼ବଡ଼ ଶିଳ୍ପପତିଙ୍କ ଝିଅ ବୋଲି କୁହାଯାଉଛି ।
କିଛି ମାସ ତଳେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ଭାଇ ସୌଭିକକୁ ଗିରଫ କରିଥିଲା । ଏହାପରେ ଅନେକ ବଲିଉଡ୍ ତାରକା ଏନସିବି ସ୍କାନରକୁ ଆସି ଜେରାର ସମ୍ମୁଖୀନ ହୋଇଥିଲେ ।












Click it and Unblock the Notifications