ପୋଲିସ ଆଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସୁରକ୍ଷାକର୍ମୀ

ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ (ସୁରକ୍ଷାକର୍ମୀ) । ଭୁବନେଶ୍ବର ଏୟାରପୋର୍ଟ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗଙ୍ଗନଗର ଅଞ୍ଚଳରେ ଜଣେ ସିକ୍ୟୁରିଟି ଗାର୍ଡ ଏମିତି ଆତ୍ମହତ୍ୟା କରିଥିବା କୁହାଯାଉଛି ।

ଭୁବନେଶ୍ବର: ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ (ସୁରକ୍ଷାକର୍ମୀ) । ଭୁବନେଶ୍ବର ଏୟାରପୋର୍ଟ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗଙ୍ଗନଗର ଅଞ୍ଚଳରେ ଜଣେ ସିକ୍ୟୁରିଟି ଗାର୍ଡ ଏମିତି ଆତ୍ମହତ୍ୟା କରିଥିବା କୁହାଯାଉଛି । ସିକ୍ୟୁରିଟି ଗାର୍ଡ ଜଣକ ଏଭଳି କାହିଁକି କଲେ ତାହା ସ୍ପଷ୍ଟ ହୋଇନାହିଁ । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।

Bhubaneswar Security Guard Suicide

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ କୃଷ୍ଣଚନ୍ଦ୍ର ଦାସ । ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ପୋଲିସ ।

ଏନେଇ ମୃତ ସିକ୍ୟୁରିଟି ଗାର୍ଡଙ୍କ ପତ୍ନୀ କହିଛନ୍ତି, "କିଛି ଲୋକ ମୋ ସ୍ୱାମୀଙ୍କୁ ମାଡ଼ ମାରିଥିଲେ । ଏହି କାରଣରୁ ସେ ନିଜକୁ ନିଜେ ଗୁଳି କରିବାକୁ ଉଦ୍ୟମ କରିଥିଲେ। ଘର ମଧ୍ୟରେ ପୁଅ, ଝିଅ ଓ ମୁଁ ପ୍ରାୟ ୨ ଘଣ୍ଟା ତାଙ୍କୁ ଏଥିରୁ ଓହରିବାକୁ ବୁଝାଇଥିଲୁ। ପିସିଆର ଭ୍ୟାନ୍‌କୁ ବି ଖବର ଦେଇଥିଲୁ। ମାତ୍ର ପରେ ସେ ଘର ବାହାରକୁ ଚାଲିଯାଇ ହଠାତ୍‌ ପିସିଆର ଭ୍ୟାନ୍‌ ସମ୍ମୁଖରେ ନିଜ ମୁଣ୍ଡକୁ ଗୁଳି କରିଥିଲେ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+