ସାରୁଅ ଜମି ଜାଲିଆତି ମାମଲା : ଇଓଡବ୍ଲୁରେ ହାଜର ହେଲେ ଓଡି଼ଶା ଇନଫ୍ରାଟେକର ନିର୍ଦ୍ଦେଶକ
ସାରୁଅ ଜମି ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ହାଜର ହୋଇଛନ୍ତି ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ନିହାର ଭୂୟାଁ ।
ଭୁବନେଶ୍ୱର : ସାରୁଅ ଜମି ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ (ଇଓଡବ୍ଲୁ)ରେ ହାଜର ହୋଇଛନ୍ତି ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ନିହାର ଭୂୟାଁ । ହାଜର ହେବା ପାଇଁ ଇଓଡବ୍ଲୁ ତାଙ୍କୁ ନୋଟିସ୍ ଜାରି କରିଥିଲା । ପୂର୍ବରୁ ଏହି ମାମଲାରେ ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ସେହିପରି ଓଡ଼ିଶା ଇନଫ୍ରାଟେକର ଅନ୍ୟତମ ନିର୍ଦ୍ଦେଶକ ବିଭୁ ରଥ ବି ନୋଟିସ୍ ପାଇ ଇଓଡବ୍ଲୁରେ ହାଜର ହୋଇ ସାରିଛନ୍ତି । ଏଠାରେ ସୂଚନାଥାଉକି, ମନୋରଞ୍ଜନଙ୍କୁ ଇତି ମଧ୍ଯରେ ଜାମିନ ମିଳି ସାରିଛି । ସାରୁଅ ଠାରେ ଅନୁସୂଚିତ ଜାତିଙ୍କ ଜମି ହଡ଼ପ କରିବା ନେଇ ଓଡ଼ିଶା ଇନଫ୍ରାଟେକ୍ ନାଁରେ ଅଭିଯୋଗ ହୋଇଛି । ଯାହାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ଅନେକ ବେନାମୀ ଆକାଉଣ୍ଟରେ ଜମି କିଣାବିକା ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ତା ତଦନ୍ତରେ ଜାଣିବାକୁ ପାଇଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲା ।












Click it and Unblock the Notifications