କଟକରୁ ଜବତ ହେଲା ୫ ଲକ୍ଷ ଟଙ୍କାରୁ ଅଧିକ ବେଆଇନ ବାଣ
ଦୀପାବଳି ପୂର୍ବରୁ ପୁଣି ଜବତ ହୋଇଛି ବାଣ। କଟକ ଜିଲ୍ଲା ଗୋପାଳ ସାହିରୁ ବିପୁଳ ପରିମାଣର ବାଣ ଜବତ କରିଛି ବିଡ଼ାନାସୀ ପୋଲିସ।
କଟକ: ଦୀପାବଳି ପୂର୍ବରୁ ପୁଣି ଜବତ ହୋଇଛି ବାଣ। କଟକ ଜିଲ୍ଲା ଗୋପାଳ ସାହିରୁ ବିପୁଳ ପରିମାଣର ବାଣ ଜବତ କରିଛି ବିଡ଼ାନାସୀ ପୋଲିସ। ଜବତ ହୋଇଥିବା ବାଣର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ଜଣଙ୍କୁ ପୋଲିସ ଅଟକ ରଖିଛି।

ଦୀପାବଳିରେ କେବଳ ସବୁଜ ବାଣ ବିକ୍ରି ପାଇଁ ହାଇକୋର୍ଟ ତଥା ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ । ଏହା ବ୍ୟତୀତ ପ୍ରଦୂଷଣ ସୃଷ୍ଟି କରୁଥିବା ପାରମ୍ପରିକ ବାଣ ଯେପରି ବିକ୍ରି ନ ହୁଏ ସେଥି ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ କଟକ କମିଶନରେଟ ପୋଲିସ ବେଆଇନ ବାଣ ଧର ପକଡ ଅଭିଯାନ ଆରମ୍ଭ କରିଛି। ସେହିପରି ଜଗତପୁର ପୋଲିସ ଗତକାଲି ବେଆଇନ ବାଣ ଜବତ କରିଥିବା ବେଳେ ଆଜି ବିଡ଼ାନାସି ପୋଲିସ ମଧ୍ୟ ବାଣ ଜବତ କରିଛି ।












Click it and Unblock the Notifications