ଆଜି ସରୁଛି ଅର୍ଚ୍ଚନା ନାଗଙ୍କ ରିମାଣ୍ତ ଅବଧି
ଆଜି ସରୁଛି ଅର୍ଚ୍ଚନା ନାଗଙ୍କ ରିମାଣ୍ତ ଅବଧି
ଭୁବନେଶ୍ୱର: ଆଜି ସରୁଛି ଅର୍ଚ୍ଚନା ନାଗଙ୍କ ରିମାଣ୍ତ ଅବଧି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ତର ଆଜି ଶେଷ ଦିନ । ସୂଚନା ଅନୁସାରେ, ତଦନ୍ତରେ ଅର୍ଚ୍ଚନା ଇଡିକୁ ସହଯୋଗ କରିନଥିଲେ । ପୂର୍ବରୁ ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇ ଅର୍ଚ୍ଚନା କହିଥିଲେ ଯେ ତାଙ୍କ ପାଖରେ ଅନେକ EXCLUSIVE ପ୍ରମାଣ ଅଛି, ସବୁ ପ୍ରକାର ତଥ୍ୟ ପ୍ରମାଣ ସହ ସେ ଦେବେ ହେଲେ ରିମାଣ୍ତ ଅବଧି ମଧ୍ୟରେ ସେ ଇଡିକୁ ଏଭଳି କୌଣସି ପ୍ରମାଣ ଦେଇ ନାହାଁନ୍ତି । ଯାହା ଏହି ମାମଲାକୁ ଦିଗହରା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଥାଉଯେ, ଗତ ୬ ତାରିଖରେ ଅର୍ଚ୍ଚନାଙ୍କୁ ସାତ ଦିନିଆ ରିମାଣ୍ତରେ ନେଇଥିଲା ଇଡି । ଆଉ ୭ଦିନ ଧରି ଅର୍ଚ୍ଚନାଙ୍କୁ ମାରାଥନ ଜେରା କରିବା ସତ୍ୱେ ଏହି ଘଟଣାରେ କୌଣସି ତଥ୍ୟ ଇଡି ହାତରେ ଲାଗି ନାହିଁ । ରିମାଣ୍ତରେ ନେବା ପୂର୍ବରୁ ଅର୍ଚ୍ଚନାଙ୍କର ମେଡିକାଲ୍ ଟେଷ୍ଟ କରାଇବା ପାଇଁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠୁ ବାହାରିବା ସମୟରେ ସେ ଗଣମାଧ୍ୟମ କ୍ୟାମେରା ସାମ୍ନାନେ କହିଥିଲେ ଯେ, ମୋ ପାଖରେ EXCLUSIVE ପ୍ରମାଣ ଅଛି । ଯଦି ମୋତେ ୩୦ ମିନିଟ୍ କଥା କହିବା ପାଇଁ ସୁଯୋଗ ଦିଆଯାଏ ତେବେ ପୁରା ଓଡ଼ିଶା ବଦଳିଯିବ । ମୁଁ କ'ଣ ଆତଙ୍କବାଦୀ ପରି ଦେଖାଯାଉଛି ଆପଣଙ୍କୁ, ଯେତେ ବଡ଼ ତଦନ୍ତକାରୀ ସଂସ୍ଥା ଆସନ୍ତୁ, ମୁଁ ସବୁ ପ୍ରକାର ତଦନ୍ତର ସାମ୍ନା କରିବା ପାଇଁ ଚାହୁଁଛି । ସବୁ ପ୍ରକାର ତଥ୍ୟ ପ୍ରମାଣ ସହ ଦେବି ।'
ସେପଟେ ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ । ଉଭୟଙ୍କୁ ମୁହାଁମୁହିଁ ଜେର କରିପାରେ ଇଡି ।












Click it and Unblock the Notifications