ଆରଡି ବିଶ୍ବବିଦ୍ୟାଳୟ ଛାତ୍ରୀ ହତ୍ୟା ମାମଲା: 2 ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଯାଜପୁର ପୋଲିସ

ଗତକାଲି ଘଟିଥିବା ଏହି ହତ୍ୟା ଘଟଣାରେ ୨ ଜଣ ଯୁବକ ଏକ ସ୍କୁଟିରେ ମୃତଦେହ ଆଣି ଯାଜପୁର ଅଞ୍ଚଳରେ ଫିଙ୍ଗିଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ଉକ୍ତ ୨ ଅଭିଯୁକ୍ତ ଚିହ୍ନଟ ହୋଇଥିବା ଯାଜପୁର ଏସ୍‌ପି ସୂଚନା ଦେଇଛନ୍ତି ।

ଯାଜପୁର: ଗତକାଲିଠାରୁ ରାଜ୍ୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟା ମାମଲା । ଗତକାଲି ଘଟିଥିବା ଏହି ହତ୍ୟା ଘଟଣାରେ ୨ ଜଣ ଯୁବକ ଏକ ସ୍କୁଟିରେ ମୃତଦେହ ଆଣି ଯାଜପୁର ଅଞ୍ଚଳରେ ଫିଙ୍ଗିଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ଉକ୍ତ ୨ ଅଭିଯୁକ୍ତ ଚିହ୍ନଟ ହୋଇଥିବା ଯାଜପୁର ଏସ୍‌ପି ସୂଚନା ଦେଇଛନ୍ତି । ମାତ୍ର ସେମାନଙ୍କ ପରିଚୟ ଦେଇ ନାହାନ୍ତି। ଅଭିଯୁକ୍ତମାନେ ଏବେ ଫେରାର ଅଛନ୍ତି, ସେମାନଙ୍କୁ ଗିରଫ ପରେ ଅଧିକ ସୂଚନା ଦିଆଯିବ ବୋଲି ପୋଲିସ କହିଛି ।

Jharaphula Murder case

ଅନ୍ୟପଟେ ଘଟଣାରେ ଆଉ ଏକ ନୂଆ ମୋଡ ଆସିଛି । ପିଡିତାଙ୍କ ବାପା ରମାକାନ୍ତ ନାୟକ ଜଣେ ଯୁବକଙ୍କ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ ଗାଁରେ ପାଣି ପାଇପ କାମ କରୁଥିବା ଜଣେ ଯୁବକ ରାକେଶ ସ୍ୱାଇଁଙ୍କ ସହ ଝରାଫୁଲଙ୍କ ପ୍ରେମ ସଂପର୍କ ଗଢିଉଠିଥିଲା । ପରିବାରର ବାରମ୍ବାର ବାରଣ ସତ୍ୱେ ସେ ତାଙ୍କ ସହ ଫୋନରେ କଥା ହେଉଥିଲେ ଏବଂ ଚାଟିଂ କରୁଥିଲେ । ଏପରିକି ଗତ ୨୪ ତାରିଖରେ ଝରାଫୁଲ ଭୁବନେଶ୍ୱର ଯାଇଥିବାବେଳେ ୨୫ ତାରିଖରେ ଜନ୍ମଦିନ ପାଳିଥିଲେ ଓ ରାକେଶ ତାଙ୍କ ସହ ଥିବାର ସେ ସନ୍ଦେହ କରିଛନ୍ତି । ତେଣୁ ପୋଲିସ ଉକ୍ତ ବ୍ୟକ୍ତି ଓ ଝାରାଫୁଲ କହିଥିବା ତାଙ୍କ ସାଙ୍ଗ ସୋନାଲିକୁ ମଧ୍ୟ ଖୋଜିଛି ।

ଝରାଫୁଲ ହତ୍ୟା ଘଟଣା:

ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ବୃନ୍ଦେଇପୋଷି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ବର୍ଷର ଛାତ୍ରୀ। କରୋନା ପାଇଁ ହଷ୍ଟେଲ୍‌ ବନ୍ଦ ଥିବାରୁ ସେ ଘରକୁ ପଳାଇ ଯାଇଥିଲେ।

Jharaphula Murder case

ଗତ ୨୪ ତାରିଖରେ ଝରାଫୁଲ ଭୁବନେଶ୍ୱର ଆସିଥିଲେ। ସେ ତାଙ୍କ ବଡ଼ ଭଉଣୀଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ। ଏହାପରେ ୨୬ ତାରିଖ ସକାଳେ ଝରାଫୁଲ ଘରକୁ ଯାଉଛନ୍ତି ବୋଲି ଫୋନ୍‌ରେ ବାପାଙ୍କୁ କହିଥିଲେ। ମାତ୍ର ସେ ଯାଇନଥିଲେ। ପରେ ରମାକାନ୍ତ ଝିଅକୁ ଫୋନ୍‌ କରିବାରୁ ଦେହ ଭଲ ନାହିଁ, ସାଙ୍ଗ ଘରେ ରହିଛି ବୋଲି କହିଥିଲେ ଝରାଫୁଲ। ତା'ପରଠାରୁ ତାଙ୍କ ମୋବାଇଲ୍‌ ବନ୍ଦ ଥିବା ବେଳେ ପତ୍ତା ପାଉ ନ ଥିଲେ ପରିବାର ଲୋକ।

ଏହାପରେ ଗତକାଲି ସକାଳ ୮ରୁ ସାଡ଼େ ୮ଟା ବେଳେ ଦୁଇ ଯୁବକ ଏକ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ଆଣି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ଯାହା ସିସିଟିଭିରେ କଏଦ ହୋଇଛି। ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

Jharaphula Murder case

କୁଆଖିଆ ପୁଲିସ ଓ ଯାଜପୁରରୋଡ୍‌ ଏସଡିପିଓ ଚିନ୍ମୟ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ମୃତଦେହ ପାଖରେ ପଡ଼ିଥିବା ବ୍ୟାଗରେ ଝରାଫୁଲଙ୍କ ପୂରା ପରିଚୟ ଥିଲା। ଏହା ପରେ ପୋଲିସ ତାଙ୍କ ବାପା ରମାକାନ୍ତଙ୍କ ସହିତ ଯୋଗାଯୋଗ କରିଥିଲା। ସେ ଆସିବା ପରେ ଝିଅର ମୃତଦେହ ଚିହ୍ନଟ କରିଥିଲେ। ଏହାପରେ ପୋଲିସ୍‌ ପୂରା ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+