ବନ୍ଧାହେଲେ କୋଟିପତି ରାୟଗଡା DFO, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ରେଡ୍
ଭୁବନେଶ୍ୱର : ରାୟଗଡା DFO ବିଜୟ କୁମାର ପରିଡା ଗିରଫ । ବନ୍ଧାହେଲେ କୋଟିପତି ଜଙ୍ଗଲୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି DFO ବିଜୟ ପରିଡା । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବିଜୟଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।
ଚଢ଼ାଉ ସମୟରେ କଟକ ଶ୍ରୀକୋରୁଅଁଠାରେ ୯୫୦୦ ବର୍ଗଫୁଟର ୪ ମହଲା ଅଟ୍ଟାଳିକା ଠାବ କରାଯାଇଛି । ଏହି ବିରାଟ ଅଟ୍ଟାଳିକାର ମୂଲ୍ୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । କଟକରେ ୧.୮ କୋଟି ଟଙ୍କାର ୪ ମହଲା ଘର, ରସୁଲଗଡ଼ରେ ୩ ମହଲା, ପଟିଆରେ ଗୋଟିଏ ଫ୍ଲାଟ ଠାବ ହୋଇଛି ।
ଭୁବନେଶ୍ଵର, ପୁରୀ, କଟକ, ଯାଜପୁରରେ ୮ଟି ପ୍ଲଟ ଠାବ କରାଯାଇଛି । ଘରୁ ନଗଦ ୧ ଲକ୍ଷ ୨୪ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଗୋଟିଏ କାର୍ ଓ ୨ଟି ବାଇକ ଜବତ କରାଯାଇଥିବା ବେଳେ ବ୍ୟାଙ୍କ, ଇନ୍ସ୍ୟୁରାନ୍ସ ଏବଂ ଅନ୍ୟ ଡିପୋଜିଟ୍ ନେଇେ ଯାଞ୍ଚ ଚାଲିଛି ।

ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । କଟକସ୍ଥିତ ଭିଜିଲାନ୍ସ ମୁଖ୍ୟ ଅଫିସକୁ ବିଜୟ ପରିଡାଙ୍କୁ ଅଣାଯାଇିଛି । ଅନେକ ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଯାହା ଆକଳନ କରାଯାଉଛି ଜବତ ସମ୍ପତ୍ତିର ମୂଲ୍ୟ ୬ କୋଟି ଟପିପାରେ ।
ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଥିଲେ ଭିଜିଲାନ୍ସ ଟିମ୍। କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।












Click it and Unblock the Notifications