Get Updates
Get notified of breaking news, exclusive insights, and must-see stories!

ଭର୍ଜିନିଟି ଟେଷ୍ଟରେ ଫେଲ୍ ମାରିଲେ ବୋହୂ, ଶାଶୂଘର ପକ୍ଷରୁ 10 ଲକ୍ଷ ଦାବି

ରାଜସ୍ଥାନର ଭିଲୱାରାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ବର୍ତ୍ତମାନର ଆଧୁନିକ ଯୁଗରେ ବି ମହିଳାମାନେ ଏଭଳି ସ୍ଥିତିର ସାମନା କରୁଛନ୍ତି । ଜଣେ 24 ବର୍ଷୀୟା ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ "କୁମାରୀତ୍ୱ ପରୀକ୍ଷା" କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି।

ଜୟପୁର: ରାଜସ୍ଥାନର ଭିଲୱାରାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ବର୍ତ୍ତମାନର ଆଧୁନିକ ଯୁଗରେ ବି ମହିଳାମାନେ ଏଭଳି ସ୍ଥିତିର ସାମନା କରୁଛନ୍ତି । ଜଣେ 24 ବର୍ଷୀୟା ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ "କୁମାରୀତ୍ୱ ପରୀକ୍ଷା" କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଏହି ପରୀକ୍ଷାରେ ସେ ବିଫଳ ହେବାରୁ ତାଙ୍କୁ ପ୍ରବଳ ମାଡ ମାରିବା ସହିତ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଛନନ୍ତି ଶାଶୂଘର ପରିବାର। କେବଳ ଏତିକିରେ ସରିନଥିଲେ ନିର୍ଯାତନା, ବୋହୂର ଏହି ଭୂଲ ପାଇଁ ତାଙ୍କୁ 10 ଲକ୍ଷ ଟଙ୍କା ଆଣିବା ପାଇଁ ଦାବି କରିଛନ୍ତି ।

RAPE
ପୀଡିତା ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ମେ 11 ରୁ ଅର୍ଥାତ ବିବାହର ପ୍ରଥମ ଦିନରୁ ସେ କୁଆଁରୀ କି ନାହିଁ ଜାଣିବା ପାଇଁ "ପରୀକ୍ଷା" ଦେବା ପାଇଁ କୁହାଯାଇଥିଲା। ତେବେ "ପରୀକ୍ଷା"ରେ ବିଫଳ ହେବା ପରେ ତାଙ୍କୁ ଶାଶୂ ଓ ସ୍ବାମୀ ମିଶି ଆକ୍ରମଣ କରିଥିଲେ । ଏହାପରେ ସେମାନେ ମେ 31 ରେ ଏକ ସ୍ଥାନୀୟ ମନ୍ଦିରରେ ଖାପ ପଞ୍ଚାୟତ ଡକାଇଥିଲେ ଯାହା ତାଙ୍କ ପରିବାରକୁ 10 ଲକ୍ଷ ଦେବାକୁ କହିଥିଲା।

ପୋଲିସ କହିଛି ଯେ ମହିଳା ଜଣକ ତାଙ୍କ ଶାଶୁଘର ଲୋକଙ୍କୁ କହିଥିଲେ ଯେ ତାଙ୍କ ବିବାହର କିଛି ସମୟ ପୂର୍ବରୁ ଜଣେ ପଡ଼ୋଶୀ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସୁଭାଷ ନଗର ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରାଯାଇଥିଲା। ଷ୍ଟେସନ ହାଉସ୍ ଅଫିସ ଆୟୁବ ଖାନ କହିଛନ୍ତି ଯେ ସ୍ଥାନୀୟ ଗଣମାଧ୍ୟମରେ ଏହା ପ୍ରକାଶିତ ହେବା ପରେ ପୋଲିସ ଏହି ଘଟଣାର ତଦନ୍ତ କରିଛି । ଶନିବାର ଦିନ ତାଙ୍କ ଶାଶୁଘର ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ମଣ୍ଡଳ ଡିଏସପି ସୁରେନ୍ଦ୍ର କୁମାର କହିଛନ୍ତି ଯେ ମହିଳା ଜଣକ ସାନସି ଯାଯାବର ସମ୍ପ୍ରଦାୟର ସଦସ୍ୟମାନଙ୍କ ମଧ୍ୟରେ ପ୍ରଚଳିତ କୁକାଡି ପ୍ରଥାର ଶିକାର ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+