Get Updates
Get notified of breaking news, exclusive insights, and must-see stories!

ଆତ୍ମହତ୍ୟା ପୂର୍ବରୁ କାହିଁକି ମଞ୍ଚେଶ୍ୱର ଥାନା ଯାଇଥିଲେ ରାଇମୋହନ ?

ଲୋକପ୍ରିୟ ଓଲିଉଡ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁକୁ ୪ଦିନ ବିତିଯାଇଥିଲେ ମଧ୍ୟ ଘଟଣା ଉପରୁ ଏବେ ବି ରହସ୍ୟ ଉଠି ନାହିଁ । ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ଆଜି ବଡ ବୟାନ ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଭୁବନେଶ୍ୱର: ଲୋକପ୍ରିୟ ଓଲିଉଡ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁକୁ ୪ଦିନ ବିତିଯାଇଥିଲେ ମଧ୍ୟ ଘଟଣା ଉପରୁ ଏବେ ବି ରହସ୍ୟ ଉଠି ନାହିଁ । ରାଇମୋହନ ପରିଡ଼ା କାହିଁକି ଆତ୍ମହତ୍ୟା କଲେ ? ଏହି ପ୍ରଶ୍ନର ଉତ୍ତର ଏବେ ସମସ୍ତ ଜାଣିବାକୁ ଚାହୁଁଛନ୍ତି । ଇତିମଧ୍ୟରେ ଏକ କଥା ସାମ୍ନାକୁ ଆସିଛି, ଯାହା ପୂରା ଘଟଣାକୁ ଆହୁରି ରହସ୍ୟାବୃତ୍ତ କରି ଦେଇଛି। ଆତ୍ମହତ୍ୟା ପୂର୍ବରୁ ରାଇମୋହନ ଥରେ ମଞ୍ଚେଶ୍ୱର ଥାନାକୁ ଯାଇଥିଲେ। ହେଲେ କାହିଁକି ? ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Raimohan Parida

ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ଆଜି ବଡ ବୟାନ ଦେଇଛନ୍ତି ଭୁବନେଶ୍ୱର ଡିସିପି । ସେ କହିଛନ୍ତି ଯେ, ଆତ୍ମହତ୍ୟା ପୂର୍ବରୁ ଅଭିନେତା ରାଇମୋହନ ଡିପ୍ରେସନରେ ଥିଲେ । ବ୍ୟକ୍ତିଗତ କାମ ପାଇଁ ରାଇମୋହନ ପରିଡ଼ା ଥରେ ଥାନାକୁ ଯାଇଥିଲେ। ତା' ସହିତ ଏହାର(ଆତ୍ମହତ୍ୟାର) କିଛି ସମ୍ପର୍କ ନାହିଁ। ସେ କେଉଁ କାରଣରୁ ଥାନାକୁ ଆସିଥିଲେ, ସେ ବିଷୟରେ କହିପାରିବୁ ନାହିଁ । ମଞ୍ଚେଶ୍ୱର ଥାନା ଆଇଆଇସି ବିଭିନ୍ନ ଦିଗରୁ ତଦନ୍ତ କରୁଥିବାବେଳେ ପରିବାର, ପଡୋଶୀ, ଡ୍ରାଇଭର ଓ ପରିଚିତ ଲୋକଙ୍କୁ ପଚରାଉଚୁରା କରାଯାଉଛି । ରାଇମୋହନଙ୍କ ଫୋନ ଜବତ କରାଯାଇଥିବା ବେଳେ ସେଥିରୁ କିଛି ସୁରାକ ମିଳିପାରେ । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ ।

ସୂଚନା ଥାଉ କି ଗତ ୨୪ ତାରିଖ ଦିନ ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିଲେ। ସେ ଭୁବନେଶ୍ବରର ପ୍ରାଚୀବିହାରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+