ବ୍ରହ୍ମପୁର କଲେଜରେ ରାଗିଂ: ଜୁନିୟର ଛାତ୍ରୀଙ୍କୁ କିସ୍ କଲେ, ଆଇ ଲଭ ୟୁ କହିଲେ..
ସ୍ଥାନୀୟ ବଡ଼ ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ କଲେଜର ଏକ ଭିଡିଓ ଭାଇରଲ ହୋଇଛି । କଲେଜର କିଛି ଛାତ୍ରଛାତ୍ରୀ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ଦେଖିବାକୁ ମିଳିଛି ।
ବ୍ରହ୍ମପୁର: ସ୍ଥାନୀୟ ବଡ଼ ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ କଲେଜର ଏକ ଭିଡିଓ ଭାଇରଲ ହୋଇଛି । କଲେଜର କିଛି ଛାତ୍ରଛାତ୍ରୀ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ଦେଖିବାକୁ ମିଳିଛି । ଛାତ୍ରୀଙ୍କୁ ଜୋରଜବରଦସ୍ତି କିସ୍ କରାଯାଉଛି। ହାତ ଟାଣି ଆଣି ପ୍ରେମ ନିବେଦନ କରାଯାଉଛି। ଆଇଲଭୟୁ କୁହାଯାଉଛି। ଛାତ୍ରୀ ଜଣକ ଏହି ସ୍ଥାନରୁ ବର୍ତ୍ତିବାକୁ ଯେତେଥର ଚେଷ୍ଟା କରୁଛନ୍ତି, ତାଙ୍କୁ ପ୍ଲାଷ୍ଟିକ୍ ପାଇପ୍ରେ ମାଡ଼ ମାରିବାକୁ ଧମକ ଦିଆଯାଉଛି।

ଭାଇରାଲ ଭିଡିଓ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ରାଗିଂ କରିଥିବା ଛାତ୍ରକୁ ଗିରଫ କରିଛି। ଗିରଫ ଛାତ୍ର ଜଣକ ହେଲେ ହରଡ଼ାଖଣ୍ଡିସ୍ଥିତ ଶାନ୍ତି ନଗରର ଅଭିଷେକ ନାହାକ । ଏବେ ଅନ୍ୟମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚିହ୍ନଟ ପ୍ରକ୍ରିୟା ଚାଲିଥିବା ଏସ୍ପି ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ହସ୍ତଗତ ଭିଡ଼ିଓରେ ଜଣେ ନବାଗତା କଲେଜ ଛାତ୍ରୀଙ୍କୁ ହାରାସ ଓ ରାଗିଂ କରାଯାଉଥିବା ନଜର ଅସିଛି। ଗତକାଲି ଦିନ ୧୨ଟା ଲଞ୍ଚ ଟାଇମରେ ଏହି ଘଟଣା ଘଟିଛି। ଏହି ଭିଡ଼ିଓରେ ମୁଖ୍ୟ ଅଭିଯୁକ୍ତ ଥିବା ଅଭିଷେକ ନାହାକ(୨୪)କୁ ଅଟକ କରାଯାଇଛି। ସେ ଏହି କଲେଜରେ ପାଠପଢ଼ୁଛି । ବାରମ୍ବାର ଫେଲ୍ ହେଉଛି ଓ ପୁନଃ ଆଡମିସନ କରି ପାଠ ପଢ଼ୁଛି । ଆଗରୁ ମଧ୍ୟ ତାଙ୍କ ନାମରେ ଏକ ମାମଲା ରହିଛି। ଏହି ମାମାଲାରେ ସେ ଗିରଫ ମଧ୍ୟ ହୋଇଥିଲେ। ଏହି ଘଟଣାରେ ସାମିଲ ଥିବା ସମସ୍ତଙ୍କ ନାମରେ ରାଗିଂ କରିବା ନେଇ ମାମଲା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।












Click it and Unblock the Notifications