ବୁର୍ଲା ଭିସୁଟରେ ରାଗିଂ: ସିନିୟର ଛାତ୍ରୀଙ୍କ ନାଁ ଜାଣି ନଥିବାରୁ ମାରିଲେ ମାଡ

ସିନିୟର ଛାତ୍ରୀଙ୍କ ନାଁ ଜାଣି ନଥିବାରୁ ମାରିଲେ ମାଡ । ଅଭିଯୋଗ ଆଣିଛନ୍ତି ବିଟେକ୍ ପ୍ରଡକ୍ସନ ଇଞ୍ଜିନିୟରିଂର ଦ୍ବିତୀୟ ବର୍ଷର ଛାତ୍ର ମାନସ ସିଂ । ଏନେଇ ଛାତ୍ର ଜଣକ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସମ୍ବଲପୁର: ପୁଣି ବୁର୍ଲା ଭିସୁଟ୍ ରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ସିନିୟର ଛାତ୍ରୀଙ୍କ ନାଁ ଜାଣି ନଥିବାରୁ ମାରିଲେ ମାଡ । ଅଭିଯୋଗ ଆଣିଛନ୍ତି ବିଟେକ୍ ପ୍ରଡକ୍ସନ ଇଞ୍ଜିନିୟରିଂର ଦ୍ବିତୀୟ ବର୍ଷର ଛାତ୍ର ମାନସ ସିଂ । ଏନେଇ ଛାତ୍ର ଜଣକ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Burla Vssut

'ଆମେ ତୋ ସିନିୟର, ଆମ ନାଁ ଜାଣିନୁ' ଏପରି କହି ୬ ଜଣ ଯୁବକ ପ୍ରଡକ୍ସନ ଇଞ୍ଜିନିଅରିଂ ବିଭାଗର ଛାତ୍ର ମାନସ ସିଂଙ୍କୁ ଆକ୍ରମଣ କରିଛନ୍ତି । ଏପରିକି କୌଣସି ସ୍ଥାନରେ ଅଭିଯୋଗ କଲେ ଜୀବନରୁ ତାଙ୍କୁ ମାରି ଦେବାକୁ ଧମକ ଦେଇଥିବା ମାନସ କହିଛନ୍ତି । ସମସ୍ତ ଛାତ୍ର ନିଶା ସେବନ କରିଲେ ବୋଲି ସେ କହିଛନ୍ତି । ତେବେ ମାନସଙ୍କ ଏତଲାକୁ ଭିତ୍ତି କରି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି । ଘଟଣାକୁ ନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ମାନସ ସିଂ କହିଛନ୍ତି, ମୁଁ ରାତିରେ ମୋ ସାଙ୍ଗ ସହ କିରବା ଛକକୁ ଯାଇଥିଲି। ସେଠାରେ ୬ ଜଣ ସିନିୟର ଏକ ଦୋକାନରେ ବସିଥିଲେ। ସେମାନେ ମୋ ନାଁ ପଚାରିଥିଲେ। ଏହାପରେ ଆମ ନାଁ ଜାଣିଛୁ କି ବୋଲି ପଚାରିଲେ। ଜାଣି ନାହିଁ ବୋଲି କହିବାରୁ ମୋତେ ଗାଳିଗୁଲଜ କଲେ। ଆମେ ତୋ ସିନିଅର, ଆମ ନାଁ କିପରି ଜାଣିନୁ କହି ଧମକାଇବା ସହ ସାର୍ଟ ଟାଣିବାକୁ ଆରମ୍ଭ କଲେ। ଏହାପରେ ୬ ଜଣ ଯାକ ଏକ ସଙ୍ଗେ ମୋତେ ଆକ୍ରମଣ କଲେ। ସେମାନେ ନିଶାସକ୍ତ ଅବସ୍ଥାରେ ଥିଲେ।

ଏନେଇ ମାନସ ସିଂ ସମ୍ବଲପୁରରେ ରହୁଥିବା ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଏନେଇ ପୀଡ଼ିତ ନିଜ ପରିବାର ସହ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ତେବେ ଘଟଣା ନେଇ ଭିସୁଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+