ହୋମିଓପାଥୀ କଲେଜରେ ଛାତ୍ରୀଙ୍କୁ ରାଗିଂ : ଲେଡିଜ୍ ହଷ୍ଟେଲରେ ପଶି ପୋଷାକ ଖୋଲିବାକୁ ବାଧ୍ୟ କଲେ ଛାତ୍ର
ହୋମିପାଥୀ କଲେଜରେ ଛାତ୍ରୀଙ୍କୁ ରାଗିଂ ନାଁରେ ଯୌନ ନିର୍ଯ୍ୟାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି
ସମ୍ବଲପୁର : ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନରେ ରାଗିଂର ଅଭିଯୋଗ ଥମିବାର ନାଁ ଧରୁ ନାହିଁ । ପ୍ରଥମେ ଭୀମସାର ଓ ପରେ ଭିସୁଟର ଛାତ୍ରଙ୍କୁ ରାଗିଂ ନେଇ ରାଜ୍ୟ କମ୍ପିଥିବା ବେଳେ ଏବେ ହୋମିପାଥୀ କଲେଜରେ ରାଗିଂ ନେଇ ସାଙ୍ଘାତିକ ଅଭିଯୋଗ ଆସିଛି । ତେବେ ଏବେ ଯେଉଁ ରାଗିଂ ଅଭିଯୋଗ ଆସିଛି ତାହା ସବୁ ସୀମା ଟପିଯାଇଛି । ଛାତ୍ରୀଙ୍କୁ ରାଗିଂ ନାଁରେ ଯୌନ ନିର୍ଯ୍ୟାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ହୋମିପାଥୀ କଲେଜର ଚାରି ଜଣ ଛାତ୍ରୀ ଦିଲ୍ଲୀସ୍ଥିତ ଆଣ୍ଟିଂ ରାଗିଂ ସେଲରେ ଅଭିଯୋଗ କରିବା ପରେ ଏନେଇ ଘଟଣା ଏବେ ସାମ୍ନାକୁ ଆସିଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତ ମାର୍ଚ୍ଚ 31 ତାରିଖ ସନ୍ଧ୍ୟା 7ଟାରୁ 9ଟା ଭିତରେ ମେଡିକାଲ କଲେଜର ଛାତ୍ରୀନିବାସରେ ଦ୍ବିତୀୟ ବର୍ଷର କିଛି ପଶି ଛାତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରିଥିଲେ । ଏଥିସହିତ ଛାତ୍ରୀମାନଙ୍କୁ ପୋଷାକ ଖୋଲିବାକୁ ବାଧ୍ୟ କରିଥିଲେ । ତେବେ ପୋଷାକ ଖୋଲିବାକୁ ସଙ୍କୋଚ କରିବାକୁ ସେମାନଙ୍କୁ ନିର୍ଯାତନା ଦେଇଥିଲେ । ଏସମ୍ପର୍କରେ ଛାତ୍ରୀମାନେ ଦାଖଲ କରିଥିବା ଅଭିଯୋଗରେ ଉଲ୍ଲେଖ କରିଥିବା ଜଣାପଡିଛି । ଏହି ଅଭିଯୋଗକୁ କଲେଜ କର୍ତ୍ତୃପକ୍ଷ ମଧ୍ୟ ସ୍ବୀକାର କରିଛନ୍ତି । ଏହା ଉପରେ ତଦନ୍ତ ଆରମ୍ଭ ହୋଇଛି । ଏଠାରେ ସୂଚନାଥାଉକି, ହଷ୍ଟେଲରେ ଖାଦ୍ୟ ପ୍ରସ୍ତୁତିରେ ଅବହେଳେକୁ ନେଇ 65 ଜଣ ଛାତ୍ରୀ ଲିଖିତ ଭାବରେ ପୂର୍ବରୁ ଅଭିଯୋଗ କରିଥିଲେ ।












Click it and Unblock the Notifications