ଗାଧୋଉଥିବା ବେଳେ ଯୁବତୀଙ୍କ ନଗ୍ନ ଭିଡ଼ିଓ ରେକର୍ଡିଂ କରୁଥିଲେ ହୋଟେଲ କର୍ମଚାରୀ

ହୋଟେଲର ଗାଧୁଆ ଘରେ ଗାଧୋଉଥିବା ଜନୈକ ଯୁବତୀଙ୍କ ନଗ୍ନ ଫଟୋ ଉଠାଇବା ସହ ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୋଲିସ ଜଣକୁ ଗିରଫ କରିଛି।

ପୁରୀ: ହୋଟେଲର ଗାଧୁଆ ଘରେ ଗାଧୋଉଥିବା ଜନୈକ ଯୁବତୀଙ୍କ ନଗ୍ନ ଫଟୋ ଉଠାଇବା ସହ ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୋଲିସ ଜଣକୁ ଗିରଫ କରିଛି। ତା ନିକଟରୁ ପୋଲିସ ମୋବାଇଲ ଜବତ କରି ସେଥିରୁ ଫଟୋ ଡିଲିଟ୍‌ କରିଥିବା ଜଣାପଡ଼ିଛି। ତେବେ ପୋଲିସ ଏହି ଫୋନ୍‌ ଜବତ କରିଥିବା ବେଳେ ଅଭିଯୁକ୍ତ ଜଣକ ଉକ୍ତ ଫଟୋକୁ ଭାଇରାଲ୍‌ କରିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ।

Puri News

ପୁଲିସ୍‌କୁ ଦେଇଥିବା ଏଫ୍‌ଆଇଆର୍‌ରେ ମହିଳା ଜଣଙ୍କ ଲେଖିଛନ୍ତି ଯେ ସେ ସୁନ୍ଦରଗଡ଼ ଜିଲ୍ଲାର। ଶନିବାର ଦିନ ସେ ତାଙ୍କ ପରିବାର ଲୋକଙ୍କ ସହିତ ଆସି ହୋଟେଲ୍‌ରେ ରହିଥିଲେ। ରବିବାର ଅପରାହ୍ଣରେ ସେ ହୋଟେଲ୍ ବାଥ୍‌ରୁମ୍‌ରେ ଗାଧୋଉ ଥିବା ବେଳେ ଭେଣ୍ଟିଲେସନ୍‌ ୱିଣ୍ଡୋ ନିକଟରେ ଏକ ମୋବାଇଲ୍ ଫୋନ୍ ଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ତତ୍‌କ୍ଷଣାତ୍ ବାଥ୍‌ରୁମ୍‌ରୁ ବାହାରି ଆସି ଦେଖିଥିଲେ ଯେ ଜଣେ ହୋଟେଲ୍ କର୍ମଚାରୀ ଏକ ସେଲ୍‌ଫି ଷ୍ଟିକ୍ ଜରିଆରେ ମୋବାଇଲ୍ ଫୋନ୍‌ରେ ଭିଡିଓ ଉତ୍ତୋଳନ କରୁଛନ୍ତି। ସେ ଉକ୍ତ କର୍ମଚାରୀଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲ ଓ ଭିଡିଓ ଗୁଡ଼ିକୁ ଡିଲିଟ୍ କରି ଦେଇଥିଲେ। ସେ ଘଟଣା ସଂପର୍କରେ ହୋଟେଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ଅଭିଯୁକ୍ତ ବିପ୍ଳବଙ୍କ ମୋବାଇଲ୍ ଫୋନ୍‌ରେ ଅନ୍ୟ ମହିଳାଙ୍କ ଭିଡିଓ ଥିବା ଅଭିଯୋଗ କରିଛନ୍ତି ଏହି ମହିଳା ପର୍ଯ୍ୟଟକ। ଏମିତିକି ଏଥିରେ ହୋଟେଲ୍‌ର ଅନ୍ୟ ବରିଷ୍ଠ କର୍ମଚାରୀଙ୍କର ମଧ୍ୟ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି। ତେବେ ଡି କେ ହୋଟେଲ ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି। ହୋଟେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ ତାଙ୍କର କୌଣସି କର୍ମଚାରୀଙ୍କୁ ଏମିତି କାମ କରିବାକୁ ଉତ୍ସାହିତ କରାଯାଏ ନାହିଁ। ତାଙ୍କ ହୋଟେଲ୍‌ରେ ସବୁବେଳେ ଅତିଥିଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଏ।

ପୁରୀ ହୋଟେଲ ମାଲିକ ସଂଘ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଏଭଳି କାର୍ଯ୍ୟ ତୀର୍ଥକ୍ଷେତ୍ରର ଭାବମୂର୍ତ୍ତିକୁ ଖରାପ କରିବ ଏବଂ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବାଧା ଉପୁଜାଇବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+