ଯୁବତୀକୁ ଅସାଦାଚରଣ କରି ଫୁଡ ଡେଲିଭେରୀ ଏଜେଣ୍ଟ ଗିରଫ
ଯୁବତୀକୁ ଅସାଦାଚରଣ କରି ଫୁଡ ଡେଲିଭେରୀ ଏଜେଣ୍ଟ ଗିରଫ । ଅଙ୍କଲ କହି ପ୍ରଥମେ ଫସାଇବା ପାଇଁ କରିଥିଲେ ଚେଷ୍ଟା ।
ପୁଣେ: ମହାରାଷ୍ଟ୍ରର ପୁଣେରେ ଅଭାବନୀୟ ଘଟଣା । ଜଣେ 19 ବର୍ଷୀୟା ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୋଲିସ ଜଣେ 40 ବର୍ଷୀୟ ଫୁଡ ଡେଲିଭେରୀ ଏଜେଣ୍ଟଙ୍କୁ ଗିରଫ କରିଛି । ଏନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଇଞ୍ଜିନିୟରିଂ ଛାତ୍ରୀ ଜଣକ ଏକ ଅନଲାଇନ୍ ଖାଦ୍ୟ ଏଗ୍ରିଗେଟର୍ ଆପ୍ ମାଧ୍ୟମରେ ପାଖ ରେସ୍ତୋରାଁରୁ ଖାଦ୍ୟ ଅର୍ଡର କରିଥିଲେ । ଏହାପରେ ଖାଦ୍ୟ ଡେଲିଭେରୀ ପାଇଁ ଆସିଥିଲେ ଡେଲିଭେରୀ ଏଜେଣ୍ଟ । "ଶନିବାର ରାତି ପ୍ରାୟ 9 ଟାରେ ଯୁବତୀଙ୍କୁ ପାର୍ସଲ ଦେବାକୁ ତାଙ୍କ ଘରେ ପହଞ୍ଚିଥିଲେ ଅଭିଯୁକ୍ତ ରଇସ ଶେଖ । ପହଞ୍ଚିବା ପରେ ପିଇବା ପାଇଁ ପାଣି ମାଗିଥିଲେ। ପାଣି ପିଇବା ସମୟରେ ସେ ମହିଳାଙ୍କ ସହ ବାର୍ତ୍ତାଳାପ କରିଥିଲେ ଏବଂ ତାଙ୍କ ଜନ୍ମସ୍ଥାନ ଏବଂ କଲେଜ ବିଷୟରେ ବିବରଣୀ ପଚାରିଥିଲେ ବୋଲି କୋନ୍ଧୱା ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି।
ଅଭିଯୁକ୍ତ ଯୁବତୀଙ୍କୁ କହିଥିଲେ ଯେ ସେ ତାଙ୍କ ଅଙ୍କଲ ପରି ଯେବେ ଯାହା ଆବଶ୍ୟକ ହେବ ତାଙ୍କୁ ଜଣାଇବା ପାଇଁ । ଏହାରି ଭିତରେ ସେ ଯୁବତୀଙ୍କୁ କିଛି ମେସେଜ କରି ତୁରନ୍ତ ଡିଲିଟ କରିଥିଲେ ବୋଲି ଅଧିକାରୀ କହିଛନ୍ତି। ଅଧିକାରୀ କହିଛନ୍ତି, "ଏହା ପରେ ବ୍ୟକ୍ତି ଜଣକ ଆଉ ଏକ ଗ୍ଲାସ୍ ପାଣି ମାଗିଥିଲେ ଏବଂ ଯୁବତୀ ଜଣକ ତାଙ୍କୁ ଦେବା ବେଳେ ଅଭିଯୁକ୍ତ ତାଙ୍କ ହାତ ଧରି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସେ କହିଛନ୍ତି, " ଯୁବତୀ ଜଣକ ଆଲାର୍ମ ବଜାଇବା ଦେଖି ଅଭିଯୁକ୍ତ ପଳାଇବାକୁ ଚେଷ୍ଟା କରିଥିଲା କିନ୍ତୁ ହାଉସିଂ ସୋସାଇଟିର କିଛି ଲୋକ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।
ପରବର୍ତ୍ତୀ ସମୟରେ ମହିଳା ଜଣକ ପୋଲିସ ନିକଟକୁ ଯାଇ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଭାରତୀୟ ଦଣ୍ଡ ସଂହିତା ଧାରା 354 (ଜଣେ ମହିଳାଙ୍କ ବିନମ୍ରତା) ଏବଂ 354-ଏ (ଯୌନ ଉତ୍ପୀଡ଼ନ) ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି।












Click it and Unblock the Notifications