ମଠକୁ ଫେରିଲେ ଦୁଷ୍କର୍ମ ଅଭିଯୁକ୍ତ ମହନ୍ତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
ମଠକୁ ଫେରିଲେ ଦୁଷ୍କର୍ମ ଅଭିଯୁକ୍ତ ମହନ୍ତ । କିନ୍ତୁ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ନାବାଳିକା ଦୁଷ୍କର୍ମର ଅଭିଯୁକ୍ତ ଲିଙ୍ଗାୟତ ଶିବମୂର୍ତ୍ତି ମୁରୁଗା ଶାରାନାରୁଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ କର୍ଣ୍ଣାଟକର ଚିତ୍ରାଦୁର୍ଗ ଅଶାନ୍ତ ।
ବେଙ୍ଗାଲୁରୁ: ମଠକୁ ଫେରିଲେ ଦୁଷ୍କର୍ମ ଅଭିଯୁକ୍ତ ମହନ୍ତ । କିନ୍ତୁ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ନାବାଳିକା ଦୁଷ୍କର୍ମର ଅଭିଯୁକ୍ତ ଲିଙ୍ଗାୟତ ଧର୍ମଗୁରୁ ଶିବମୂର୍ତ୍ତି ମୁରୁଗା ଶାରାନାରୁଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ କର୍ଣ୍ଣାଟକର ଚିତ୍ରାଦୁର୍ଗା ଅଶାନ୍ତ ହୋଇପଡ଼ିଛି। ଦୁଇ ନାବାଳିକାଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣାରେ ପୋଲିସ ଆଜି ମହନ୍ତଙ୍କୁ ଅଟକ ରଖିଥିଲା। କିନ୍ତୁ କିଛି ପଚରା ଉଚରା ପରେ ତାଙ୍କୁ ସନ୍ଧ୍ୟାରେ ଛାଡ଼ି ଦେଇଛି।

ତେବେ ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସ୍ଥାନୀୟ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ହେଲେ ଧର୍ମଗୁରୁ ଶିବମୂର୍ତ୍ତି ନିଜ ସମର୍ଥକମାନଙ୍କୁ ଡରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି। ଏହି ଦୁଷ୍କର୍ମ ଘଟଣାରେ ଏନଜିଓ ସଂସ୍ଥା ମହନ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ ।
ଏନେଇ ମହୀଶୂର ସିଟି ପୋଲିସ୍ ମାମଲା ରୁଜୁ କରିବା ସହ ପୋକସୋ ଆକ୍ଟ ମଧ୍ୟ ଲଗାଇଥିଲା। ଏହାପରେ ତାଙ୍କୁ ପୋଲିସ୍ ମଠରୁ ନେଇ ଥାନାରେ ଅଟକ ରଖିଥିଲା। କିନ୍ତୁ ବିନା କାର୍ଯ୍ୟାନୁଷ୍ଠାନରେ ସନ୍ଧ୍ୟାରେ ନିଜ ମଠକୁ ଫେରିଛନ୍ତି ମହନ୍ତ ।












Click it and Unblock the Notifications