ଅମାନିଆଙ୍କୁ ଲଗାମ ପାଇଁ ଅଣ୍ଟା ଭିଡିଲା ପୁଲିସ : କିଏ ଯିବ ଅଫିସ୍ ତାଲିକା ମାଗିଲେ ସିପି
ବେସରକାରୀ କାର୍ଯ୍ୟାଳୟକୁ କେତେ ଜଣ କର୍ମଚାରୀ ଆସିବେ ସେମାନଙ୍କ ତାଲିକା ଦେବାକୁ ପୁଲିସ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ ନିର୍ଦ୍ଦେଶ ଦେଇଛନ୍ତି
ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରିକୁ ନେଇ 14 ଦିନିଆ ଲକଡାଉନ୍ ଓ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରାଯାଇଛି । ଏପରିସ୍ଥଳରେ ଜୀବିକା ଯେପରି ପ୍ରଭାବିତ ନହୁଏ ସେଥିପାଇଁ ରାଜ୍ୟ ସରକାର ମଧ୍ୟ ଧ୍ୟାନ ଦେଇଛନ୍ତି । ଚଳିତ ବର୍ଷ ଲକଡାଉନରେ କୌଣସି ପାସର ବ୍ୟବସ୍ଥା କରାଯାଇ ନାହିଁ । କେବଳ ପରିଚୟପତ୍ର ଦେଖାଇ ଲୋକେ ସେମାନଙ୍କ କାର୍ଯ୍ୟାଳୟ ଯାଇ ପାରିବେ ବୋଲି କୁହାଯାଇଛି । ଯାହାର ଫାଇଦା କିଛି ଅମାନିଆ ନେଉଥିବା ଦେଖାଯାଇଛି । ଏହି ଅମାନିଆଙ୍କୁ ସାବାଡ୍ କରିବା ପାଇଁ କମିଶନରେଟ୍ ପୁଲିସ ଅଣ୍ଟା ଭିଡିଛି ।

ବେସରକାରୀ କାର୍ଯ୍ୟାଳୟକୁ କେତେ ଜଣ କର୍ମଚାରୀ ଆସିବେ ସେମାନଙ୍କ ତାଲିକା ଦେବାକୁ ପୁଲିସ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ କେବଳ ଅଫିସ ଆସିବେ ସେହି ମାନଙ୍କ ତାଲିକା ଡିସିପିଙ୍କୁ ଦେବାକୁ କହିଛନ୍ତି ପୋଲିସ କମିଶନର । ଏହାସହ ସଂସ୍ଥାର ଅଧିକାରୀଙ୍କ ପକ୍ଷରୁ କର୍ମଚାରୀଙ୍କୁ ଏକ ଅଥରାଇଜେସନ ଲେଟର ଦେବେ । ପରିଚୟପତ୍ର ଓ ଏହି ଲେଟର ଦେଖାଇ ଅଫିସ ଯାଇପାରିବେ କର୍ମଚାରୀ । ଅପରପକ୍ଷରେ ଚିକିତ୍ସା ପାଇଁ ଓ ଟିକା ନେବା ପାଇଁ ଯାଉଥିବା ରୋଗୀଙ୍କୁ ପୁଲିସ ଚେକ୍ ପୋଷ୍ଟରେ ଅଟକାଇବ ନାହିଁ । ଯଦି ସେମାନଙ୍କୁ ଏସମ୍ପର୍କିତ ସଠିକ୍ କାଗଜପତ୍ର ପୁଲିସକୁ ଦେଖାଇବେ ସେମାନଙ୍କୁ ଛାଡି ଦିଆଯାଉଛି ଏବଂ ଆଗକୁ ଛାଡି ଦିଆଯିବ ବୋଲି ସେ କହିଛନ୍ତି ।
-
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
ଏଲପିଜି ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର, ଏଣିକି ପିଏନ୍ଜି ସଂଯୋଗ ଥିଲେ ମିଳିବ ନାହିଁ ଏଲ୍ପିଜି -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ , ଯାତାୟାତ ବନ୍ଦ ପାଇଁ ସୂଚନା ଦେଲେ ପୁରୀ ଏସ୍ପି -
ବର୍ଷା ସମ୍ଭାବନା, ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବା ନେଇ ଆକଳନ












Click it and Unblock the Notifications