ପ୍ରମୋଦିନୀ ରାଉଳ ଏସିଡ୍ ମାଡ଼ ଘଟଣା: ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ
ଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ଼ ଘଟଣା ଆସିଲା ରାୟ । ୧୩ ବର୍ଷ ପରେ ୨ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଜଗତସିଂହପୁର ଏଏସଜେ କୋର୍ଟ ।
ଜଗତସିଂହପୁର: ଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ଼ ଘଟଣା ଆସିଲା ରାୟ । ୧୩ ବର୍ଷ ପରେ ୨ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଜଗତସିଂହପୁର ଏଏସଜେ କୋର୍ଟ । ଜେଲ ଦଣ୍ଡାଦେଶ ସହ ଉଭୟଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୦୯ ଏପ୍ରିଲ ୧୮ ତାରିଖରେ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ କରିଥିଲେ ୨ ଦୁର୍ବୃତ୍ତ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟ ।

୨୦୦୯ ଏପ୍ରିଲ ୧୮ ତାରିଖ ସାରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗାଁରେ ଏକତରଫା ପ୍ରେମକୁ ନେଇ ପ୍ରମୋଦିନୀଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଥିଲା। ସନ୍ତୋଷ କୁମାର ବେଦାନ୍ତ ନାମକ ଜଣେ ବ୍ୟକ୍ତି ଏହି ଏସିଡ୍ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏସିଡ ମାଡ଼ରେ ପ୍ରମୋଦିନୀଙ୍କ ଶରୀରର ୮୦ ଭାଗ ପୋଡି ଯାଇଥିଲା। ଆଖି ଦୁଇଟି ମଧ୍ୟ ନଷ୍ଟ ହୋଇ ଯାଇଥିଲା। ପ୍ରାୟ ୯ ମାସ ଧରି ପ୍ରମୋଦିନି ଏସସିବି ମେଡିକାଲର ଆଇସିୟୁରେ ରହିଥିଲେ।
୨୦୧୨ ମସିହାରେ ପୋଲିସ ଏହି କେସକୁ ବନ୍ଦ କରିଦେଇଥିଲା । ହେଲେ ପରେ ୨୦୧୭ ମସିହାରେ ତତକାଳିନ ଏସପି ଜୟ ନାରାୟଣ ପଙ୍କଜ ଏହି କେସ୍କୁ ରି-ଓପନ କରିଥିଲେ । ଅଭିଯୁକ୍ତ ଏବଂ ତାର ସହଯୋଗୀକୁ ଗିରଫ କରିଥିଲା । ଏହି କେସରେ ୧୮ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ଜଗତସିଂହପୁର ଏଏସଜେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।












Click it and Unblock the Notifications