ଡିଜେ ଆଜେକ୍ସ ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ
ଓଡ଼ିଶାର ଜଣାଶୁଣା ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାରେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧରୁ ଡିଜେ ଆଜେକ୍ସଙ୍କ ମୃତ୍ୟୁ । ପୋଷ୍ଟମୋର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।

ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା ଡିଜେ 'ଡିଜେ ଆଜେକ୍ସ' ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାରେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧରୁ ଡିଜେ ଆଜେକ୍ସଙ୍କ ମୃତ୍ୟୁ । ପୋଷ୍ଟମୋର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।
ଆଜେକ୍ଚଙ୍କ ବେକରେ ରହିଛି ଦୌଡି ଚିହ୍ନ । ପୋଲିସ ଜବତ କରିଥିବା ମୃତଦେହ ବ୍ୟବଛେଦ ରିପୋର୍ଟରୁ ଏହା ଜଣାପଡିଛି । ସେପଟେ ୧୭ ତାରିଖ ରାତିରେ ଏକାଧିକ ଥର କଲ କରିଥିଲେ ପ୍ରେମିକା । ଟେନସନ ହୋଇ ଟଙ୍କା, ସୁନା ସବୁ ଯାଚିଥିଲେ ଡିଜେ ଆଜେକ୍ସ । 'ଟଙ୍କା, ସୁନା ସବୁ ପାଇବ ହେଲେ ମୋତେ ଆଉ ପାଇବନି ' ଡିଜେ ଆଜେକ୍ସଙ୍କ ଏଭଳି ଏକ ଚାଟ ପୋଲିସ ହାତରେ ଲାଗିଛି ।
ଅନ୍ୟପଟେ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଆଜି ହୋଇପାରେ ଜେରା । ଅନ୍ତରଙ୍ଗ ଫଟୋ, ଭିଡିଓ ଓ ବ୍ଲାକମେଲ ନେଇ ଜେରା କରିପାରେ ପୋଲିସ । ଯେଉଁ ଭିଡିଓ ପାଇଁ ବାନ୍ଧବୀ ଜଣଙ୍କ ବ୍ଲାକମେଲ କରୁଥିବା ସନ୍ଦେହ କରାଯାଇଛି ।
ପ୍ରେମିକାଙ୍କ ବାର୍ଥ ଡେ ରାତିରେ ସୁଟ ହୋଇଥିଲା ଭିଡିଓ । ରାଜଧାନୀର ଏକ ହୋଟେଲରେ ପାଳନ ହୋଇଥିଲା ବାର୍ଥ ଡେ'। ୟୁନିଟ ୩ ଅଞ୍ଚଲରେ ଥିବା ଏକ ଓୟୋରେ ହୋଇଥିଲା ସେଲିବ୍ରେସନ । ଫେବୃଆରୀ ୨୮ ସେଲିବ୍ରେସନ ବେଳେ ସୁଟ ହୋଇଛି ଭିଡିଓ । ଗତକାଲି ଏ ସମ୍ପର୍କରେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି ପୋଲିସ ।
ସୂଚନାଯୋଗ୍ୟ, ଖାରବେଳନଗର ସ୍ଥିତ ନିଜ ଘରେ ଶନିବାର ରାତିରେ ଫ୍ୟାନରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଛନ୍ତି ଆଜେକ୍ସ । କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।












Click it and Unblock the Notifications