ମାମିତା ହତ୍ୟାର ସଠିକ୍ ତଦନ୍ତ ନେଇ ଯୋର ଧରିଲା ରାଜନୀତି
ଭୁବନେଶ୍ବର: ମମିତାଙ୍କ ହତ୍ୟାର ସଠିକ୍ ତଦନ୍ତ ନେଇ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଏବେ ବାକ ଯୁଦ୍ଧ ଜୋର ଧରିଛି । ଶାସକ ବିଜେଡ଼ି ପକ୍ଷରୁ କୁହା ଯାଇଛି ଯେ, ତଦନ୍ତ ଭଲରେ ଚାଲିଥିବା ବେଳେ କେବଳ ଚର୍ଚ୍ଚାରେ ରହିବା ପାଇଁ ବିଭିନ୍ନ ରାନୈତିକ ଦଳ ତଦନ୍ତକୁ ଆହୁରି ଭଲସେ କରିବା ପାଇଁ ମୂଲ୍ୟହୀନ ରାଜନୀତି କହୁଛନ୍ତି। ପିପିସି ସଭାପତି ନିରଂଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ମମିତାଙ୍କ ପରିବାରକୁ ଆସ୍ୱସ୍ତି କଲାଭଳି ତଦନ୍ତ ଦାବି କରିଛନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପରିବାର ମତାମତ ଆଧାରରେ ତଦନ୍ତ କରିବାକୁ ଦାବି କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ମମିତାଙ୍କ ପରିବାର ଉତ୍ତରାଞ୍ଚଳ ଡିଆଇଜିଙ୍କୁ ଭେଟି ତଦନ୍ତରେ ସନ୍ତୋଷ ପ୍ରକାଶ କରିବା ସହ ଗୋବିନ୍ଦଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କଣ୍ଟାବାଞ୍ଝି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏନେଇ ରାଜ୍ୟପାଳଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯାଇଛି।












Click it and Unblock the Notifications