For Quick Alerts
Turn On Notification  
For Daily Alerts
Oneindia App Download

ଖଣ୍ଡାରେ ଆଫତାବଙ୍କୁ ଆକ୍ରମଣ ଉଦ୍ୟମ

ଖଣ୍ଡାରେ ଆଫତାବଙ୍କୁ ଆକ୍ରମଣ ଉଦ୍ୟମ । ପୋଲିସ ଭ୍ୟାନ ନିକଟରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ।

|

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ଅଭିଯୋଗର ଚାଲିଛି ତଦନ୍ତ । ଆଜି ଅଭିଯୁକ୍ତ ଆଫତାବ ପୁନାୱାଲାଙ୍କର ଥିଲା ପଲିଗ୍ରାଫି ଟେଷ୍ଟ । ତେଣୁ ପୋଲିସ ତାଙ୍କୁ ଭ୍ୟାନରେ ନେଇ ଯାଉଥିବା ବେଳେ ରାସ୍ତାରେ କିଛି ଲୋକ ଖଣ୍ଡା ଧରି ତାଙ୍କୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲେ। ପୋଲିସ ତାଙ୍କୁ ସୁରକ୍ଷିତ ଭାବେ ଭ୍ୟାନରେ ନେଇଥିବା ଜଣାପଡିଛି ।

aaftab

ଶ୍ରଦ୍ଧା ମର୍ଡର କେସରେ ଅଭିଯୁକ୍ତ ଆଫତାବ ପୁନାୱାଲାକୁ ତିହାର ଜେଲ ସେଲ୍ ନମ୍ବର 4ରେ ରହୁଛି ଆଫତାବ । 24 ଘଣ୍ଟିଆ ସିସିଟିଭି କ୍ୟାମେରା ଆଫତାବର ପ୍ରତିଟି ଚଳପ୍ରଚଳ ଉପରେ ନଜର ରଖୁଛି । ପୋଲିସ ଅଭିଯୁକ୍ତକୁ ଜେଲ ପଠାଇବା ସହିତ, ଅନ୍ୟପଟେ ଆଫତାଙ୍କ ଫ୍ଲାଟକୁ ଯାଇଥିବା ତାଙ୍କର ନୂଆ ଗର୍ଲଫ୍ରେଣ୍ଡଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି । ଶ୍ରଦ୍ଧାଙ୍କୁ ହତ୍ୟା ପରେ ନୂଆ ପ୍ରେମିକାଙ୍କୁ ନିଜ ଫ୍ଲାଟକୁ ଡାକି ତାଙ୍କୁ ଶ୍ରଦ୍ଧାଙ୍କ ମୁଦି ଦେଇଥିଲେ ଆଫତାବ।

ନଭେମ୍ବର 12 ତାରିଖରେ ପୋଲିସ ପ୍ରେମିକ ଆଫତାବଙ୍କୁ ଗିରଫ କରିଥିଲା । ତାଙ୍କୁ 13 ଦିନ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା । ଶୁକ୍ରବାର ଅଭିଯୁକ୍ତର ପ୍ରଥମ ପର୍ଯ୍ୟାୟ ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯାଇଛି । ଲାଏ-ଡିଟେକସନ ଟେଷ୍ଟ ମଧ୍ୟ କରାଯାଇଛି। କିଛି ଦିନ ଭିତରେ ଅଭିଯୁକ୍ତର ନାର୍କୋ ଟେଷ୍ଟ କରାଯିବ । ସେ ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
A police van carrying Aaftab Poonawala, accused of the horrific murder of girlfriend Shraddha Walker in Delhi, was attacked by a group of sword-wielding men this evening.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X