ମାଲକାନାଗିରି ଜିଲ୍ଲାପାଳଙ୍କ ନାଁରେ ଆତ୍ମହତ୍ୟା ମାମଲା ରୁଜୁ

ମାଲକାନାଗିରି ଜିଲ୍ଲାପାଳଙ୍କ ନାଁରେ ଆତ୍ମହତ୍ୟା ମାମଲା ରୁଜୁ

ମାଲକାନାଗିରି : ମାଲକାନାଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ହତ୍ୟା ମାମଲା ରୁଜୁ କରିଛି ପୁଲିସ । ଆଇପିସି ଧାରା 302, 201, 204, 120 (ବି) ଓ 506 ଆଧାରରେ ଜିଲ୍ଲାପାଳଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏଥିସହ ଏହି ଘଟଣାରେ ଜିଲ୍ଲାପାଳଙ୍କ ସମେତ ଆଉ 4 ସହକର୍ମୀଙ୍କ ନାଁରେ ମଧ୍ୟ ପୁଲିସ ମାମଲା ରୁଜୁ କରିଛି ।

ମାଲକାନାଗିରି ଜିଲ୍ଲାପାଳ
ଘଟଣାରୁ ପ୍ରକାଶ, ଗତ 28 ତାରିଖରେ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡା ଡ୍ୟାମରୁ ଉଦ୍ଧାର କରାଯାଇଥିଲା । କୌଣସି ପାରିବାରିକ କାରଣ ନଥିବା ବେଳେ କାର୍ଯ୍ୟାଳୟର ଚାପରେ ସେ ଏପରି ଆତ୍ମହତ୍ୟା ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ମୃତ୍ୟୁ ଘଟଣାକୁ ନେଇ ଦେବନାରାୟଣଙ୍କ ପରିବାର କୋର୍ଟକୁ ଯାଇଥିଲେ । ଯାହା ଉପରେ କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+