ସିନ୍ ରିକ୍ରିଏସନ୍ କଲା ପୋଲିସ: ଡେମୋ ଦେଖାଇଲା ଗୋପାଳ
ଡେମୋ ଦେଖାଇଲା ଗୋପାଳ। ଗୋପାଳକୁ ଧରି କ୍ରାଇମ ସିନ୍ ରିକ୍ରିଏସନ କରାଇଲା ପୋଲିସ । କିଭଳି ଓ କେମିତି ଅତି ପାଖରୁ ନବ ଦାସଙ୍କୁ ଗୁଳି କଲା ଦେଖାଇଲା ଗୋପାଳ । କେମିତି କଲା ଟାର୍ଗେଟ ଆଉ ବନ୍ଧୁକରୁ କେମିତି ଗୁଳି ମାରିଲା ଦେଖାଇଲା।

Naba das murder case:ଡେମୋ ଦେଖାଇଲା ଗୋପାଳ। ଗୋପାଳକୁ ଧରି କ୍ରାଇମ ସିନ୍ ରିକ୍ରିଏସନ କରାଇଲା ପୋଲିସ । କିଭଳି ଓ କେମିତି ଅତି ପାଖରୁ ନବ ଦାସଙ୍କୁ ଗୁଳି କଲା ଦେଖାଇଲା ଗୋପାଳ । କେମିତି କଲା ଟାର୍ଗେଟ ଆଉ ବନ୍ଧୁକରୁ କେମିତି ଗୁଳି ମାରିଲା ଦେଖାଇଲା। ବନ୍ଧୁକ ଧରି ପୂରା ଘଟଣାର ଡେମୋ ଦେଖାଇଲା ଗୋପାଳ। କ୍ରାଇମସ୍ପରେ ସିନ ରିକ୍ରିଏସନ ହୋଇଛି। ବାରମ୍ବାର ଡେମୋ ଦେଖାଇଲା ଗୋପାଳ। ପୁରା ସିନର ଭିଡ଼ିଓ ଗ୍ରାଫି ହୋଇଛି। ଅଭିଯୁକ୍ତ ASI ଗୋପାଳ ଦାସ ପୋଲିସ୍ ଆଗରେ ସବୁ କହିଛି। ଗୁଜରାଟର ଗାନ୍ଧୀନଗରରୁ ଆସିଥିବା ଟିମ୍ ଓ କ୍ରାଇମବ୍ରାଞ୍ଚ ସିନ କ୍ରିଏସନ ସ୍ଥାନରେ ଉପସ୍ଥିତ ଥିଲେ। ଡ୍ରୋନରେ ସବୁ କଏଦ ହୋଇଛି। କେତେ ଦୂରତାରୁ ହୋଇଥିଲା ଆକ୍ରମଣ, କେତେ ଫୁଟ, କେତେ ମିଟର ତାହା ସବୁ କହିଛି ଗୋପାଳ। ନବ ଦାସ କାରଠୁ କେତେ ଦୂରରେ ଥିଲେ ତାହା ବି ମାପ ହୋଇଛି। କାର କାଚ ଦେଇ ଯାଇଥିବା ଗୁଳିର ଦୂରତା ବି ମପାଯାଇଛି।
ତେବେ କିଏ, କେମିତି ହତ୍ୟା କଲା ତାହା ଜଣାପଡ଼ିଛି। ତେବେ କାହିଁକି କଲା ବୋଲି ତାହା ଜଣା ପଡିନାହିଁ। ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ମନ୍ତ୍ରୀଙ୍କୁ ଗୁଳି କରିଥିଲା ଗୋପାଳ । ଏକ ସଭାକୁ ଆସିଲା ବେଳେ ନବଦାସ ଲଙ୍କୁ ଗୁଳିମାଡ ହୋଇଥିଲା। ପୁରା ଘଟଣାକୁ କେମିତି ରୂପ ଦେଇଥିଲେ କହିବା ସହ , ମାରି ସାରିଲା ପରେ ଖସି ପଳାଇବା କଥା ବି କହିଛି ଗୋପାଳ। ଗାଡ଼ି କୋଉଠି ଠିଆ ହୋଇଥିଲା ସେ ସ୍ଥାନକୁ କିପରି ଆସିଲା ଓ ଗୁଳି ମାରି ସାରିବା ପରେ କେମିତି ଖସି ପଳାଇଲା ସବୁ କହିଲା ଗୋପାଳ। ହାତରେ ବନ୍ଧୁକ ଧରି ଆକ୍ସନ ଦେଖାଇଲା ଗୋପାଳ ।
ଅନ୍ୟପକ୍ଷରେ, ହତ୍ୟାକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟା ପଛର ପ୍ରକୃତ କାରଣ ଖୋଜିପାରୁ ନାହିଁ କ୍ରାଇମବ୍ରାଞ୍ଚ । ନବ ଦାସଙ୍କ ହତ୍ୟାକୁ ନେଇ ବିରୋଧି ଦଳ ବିଭିନ୍ନ ପ୍ରଶ୍ନ ଉଠାଉଛି ହେଲେ । ଠିକ୍ ଭାବେ ତଦନ୍ତ ହେଉ ନାହିଁ ବୋଲି ମଧ୍ୟ ଦାବି କରାଯାଉଛି ।
ସେପଟେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ଦିବଙ୍ଗତ ମନ୍ତ୍ରୀଙ୍କର ଅସ୍ଥି ବିସର୍ଜନ କରିଛନ୍ତି ପୁଅ ବିଶାଳ ଦାସ । ଆଜି ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ପିତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନ କରିଛନ୍ତି ପୁଅ ବିଶାଳ । ମାନ୍ୟତା ରହିଛି ଯେ, ତ୍ରିବେଣୀ ସଙ୍ଗମରେ ଅସ୍ଥି ବିସର୍ଜନ କଲେ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।












Click it and Unblock the Notifications